ଭୁବନେଶ୍ୱର : ଫକୀର ମୋହନ କଲେଜ ଛାତ୍ରୀଙ୍କ ମୃତ୍ୟୁ ମାମଲାର ତଦନ୍ତ ଦାୟିତ୍ୱ ହାତକୁ ନେବ ଓଡ଼ିଶା ପୋଲିସର କ୍ରାଇମବ୍ରାଞ୍ଚ । ରାଜ୍ୟ ସରକାର କ୍ରାଇମବ୍ରାଞ୍ଚକୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁଯାୟୀ ପୋଲିସ ମହାନିର୍ଦ୍ଦେଶକ (ସିଆଇଡି-ସିବି) ବିନୟତୋଷ ମିଶ୍ର ସହଦେବଖୁଣ୍ଟା ପୋଲିସ ଠାରୁ ତଦନ୍ତ ଦାୟିତ୍ୱ ନେବା ପାଇଁ CAW&CW ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ (ଡିଏସପି) ଇମାନ କଲ୍ୟାଣ ନାୟକଙ୍କୁ ନିଯୁକ୍ତ କରିଛନ୍ତି। ତଦନ୍ତରେ ଇନ୍ସପେକ୍ଟର ପାଞ୍ଚାଲି ରାଉତ, ଇମାନଙ୍କୁ ସହାୟତା କରିବେ ବୋଲି କ୍ରାଇମବ୍ରାଞ୍ଚ ଏକ ବିବୃତ୍ତିରେ ସୂଚନା ଦେଇଛି।