ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧୀନ ଦଇସିଂ ଆଦିବାସୀ ସାହିରେ ଘଟିଛି ଏକ ବଡ ଅଘଟଣ । ବିଦ୍ୟୁତ ତାରକୁ ମାଡି ଦେବାରୁ ଭଣଜାକୁ ବଞ୍ଚାଇବାକୁ ଯାଇ ମାମୁଁ ମୃତ ।
ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ଦଇସିଂ ପଞ୍ଚାୟତ ଆଦିବାସୀ ସାହିରେ ୫ ବର୍ଷୀୟ ନବ ମୁଣ୍ଡା ଗାଁ ନିକଟରେ ମାଙ୍କଡ ଗୋଡାଉଥିଲେ । ଏହି ସମୟରେ ତଳେ ପଡ଼ିଥିବା ଏକ ବିଦ୍ୟୁତ୍ ତାର ସଂସ୍ପର୍ଶ ରେ ଆସି ତଳେ ପଡ଼ିଯାଇଥିଲା । ତାଙ୍କ ମାମୁଁ ନିଧି ମୁଣ୍ଡା ଭଣଜାକୁ ବଞ୍ଚାଇବା ପାଇଁ ଯାଇ ନିଜେ ମଧ୍ୟ ବିଦ୍ୟୁତ୍ ଆଘାତରେ ଟଳି ପଡ଼ିଥିଲେ । ସ୍ଥାନୀୟ ଲୋକେ ବିଦ୍ୟୁତ୍ ସଂଯୋଗ କାଟି ଦୁଇ ଜଣଙ୍କୁ ମେଡିକାଲ ଆଣିଥିଲେ । ଭଦ୍ରକ ମେଡିକାଲରେ ଉଭୟଙ୍କୁ ମୃତ ଘୋଷଣା କରାଯାଇଛି ।