ଭୁବନେଶ୍ୱର: ଏଫ୍ ଏମ୍ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ନ୍ୟାୟ ଦେବାକୁ ଦେଶବ୍ୟାପୀ ଚାଲିଛି ଆନ୍ଦୋଳନ । ଓଡ଼ିଶା ସହିତ ବାହାରେ ମଧ୍ୟ ସୌମ୍ୟାଶ୍ରୀଙ୍କ ପାଇଁ ବିକ୍ଷୋଭ କରାଯାଉଛି । ବୁଧବାର ଭୁବନେଶ୍ୱର ବାଣୀ ବିହାର ଛକରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି । ଦୋଷୀଙ୍କ ବିରୋଧରେ କଡ଼ାରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଏବିଭିପି କର୍ମକର୍ତ୍ତା ।
ସେପଟେ ତେଲେଙ୍ଗାନାରେ ମଧ୍ୟ ଏବିଭିପି ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯାଇଛି । କର୍ମୀମାନେ ୱାରଙ୍ଗଲ ରାଜପଥ ଉପରେ ନିଆଁ ଜାଳି ରାସ୍ତା ଅବରୋଧ କରାଯାଇଛି । ସୌମ୍ୟାଶ୍ରୀଙ୍କ ମୃତ୍ୟୁ କେବଳ ଆତ୍ମଦାହ ପାଇଁ ନୁହେଁ ବରଂ କ୍ରମାଗତଭାବେ ଦିଆଯାଇଥିବା ମାନସିକ ନିର୍ଯ୍ୟାତନା ଯୋଗୁଁ ହୋଇଛି । ତେଣୁ ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରିବା ସହିତ କଠୋରରୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ।
ସେହିପରି ରାଜଧାନୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ମଧ୍ୟର ପ୍ରତିବାଦ ସଭା କରାଯାଇଛି । ଏବିଭିପିର ରାଷ୍ଟ୍ରୀୟ ସଚିବ ଶିବାଙ୍ଗୀ ଖାରୱାଲ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘର ସାଧାରଣ ସମ୍ପାଦକ ମିତ୍ରବିନ୍ଦ କରନୱାଲ ବିଶେଷ ଭାବରେ ଉପସ୍ଥିତ ଥିଲେ ।