କଟକ: କଟକରେ ଦୁର୍ବୁତ୍ତଙ୍କ ଆତକରାଜ । ଦିନ ଦ୍ଵିପ୍ରହରରେ ବନ୍ଧୁକ ଦେଖାଇ ମହିଳାଙ୍କଠାରୁ ସୁନା ଚେନ ଲୁଟ ଉଦ୍ୟମ ପଡିଲା ମହଙ୍ଗା । ଏପରି ଏକ ଘଟଣା କଟକ ଛତ୍ରବଜାର କେନାଲ ରୋଡ଼ରେ ଘଟିଛି । ଲୁଟ ଉଦ୍ୟମବେଳେ ମହିଳା ଜଣକ ବାଇକରୁ ପଡି ଗୁରୁତର ଆହତ ହୋଇଛନ୍ତି । ଚୋରକୁ କାବୁ କରି ସ୍ଥାନୀୟ ଲୋକ ନିର୍ଧୁମ ଛେଚିଲେ । ଅନ୍ୟ ଜଣେ ଚୋର ଫେରାର ହୋଇଯାଇଛି । ଏନେଇ ମାଲଗୋଦାମ ଥାନା ପୋଲିସ ଖବର ପାଇ, ଘଟଣାସ୍ଥଳରେ ପହଞ୍ଚି ଚୋରକୁ କାବୁ କରିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।