ଭୁବନେଶ୍ୱର: ରାଜ୍ୟରେ ଏବେ ପୁଳା ପୁଳା ନକଲି ମେଡ଼ିସିନ୍ ମିଳିଛି । ଲୋକଙ୍କ ସ୍ୱାସ୍ଥ୍ୟ ସହିତ ଖେଳାଯାଉଛି ଖେଳ । ରାଜ୍ୟରେ ଗତ ୪ ବର୍ଷରେ ଅଢ଼େଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ନକଲି ମେଡିସିନ ଜବତ ହେଲାଣି । ଏ ନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ।
ବିଜେଡ଼ି ସଦସ୍ୟ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନରେ ସ୍ୱାସ୍ଥ୍ୟ ମନ୍ତ୍ରୀ ରଖିଥିବା ଉତ୍ତର ଅନୁସାରେ, ଗତ ୪ ବର୍ଷରେ ଚିହ୍ନଟ ହେଲାଣି ୧୬୮ ନକଲି । ସେହପିର ସେହିଭଳି ୩୮୮ଟି ନିମ୍ନମାନର ମେଡିସିନ ଯାହାକି ଆବଶ୍ୟକୀୟ ଗୁଣବତ୍ତା ଏବଂ ପ୍ରଭାବଶାଳୀ ମାନଦଣ୍ଡ ପୂରଣ କରିବାରେ ବିଫଳ ହୋଇଛି, ଅର୍ଥାତ ଏହି ମେଡ଼ିସିନ୍ NSQ ବା NOT OF STANDARD QUALITY । ୩୮୮ଟି ନିମ୍ନମାନର ମେଡିସିନ୍ ଜବତ ହୋଇଛି । ପ୍ରାୟ ଅଢ଼େଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ନକଲି ମେଡିସିନ ଜବତ କରିଛନ୍ତି ସରକାର । ୨୦୨୧-୨୨ରେ ୭୯, ୨୦୨୨-୨୩ରେ ୬୪ଟି, ୨୦୨୩-୨୪ ରେ ୧୪ ଓ ୨୦୨୪-୨୫ ରେ ୧୧ଟି ନକଲି ମେଡିସିନ୍ ଚିହ୍ନଟ ହୋଇଛି । ସେହିପରି ୨୦୨୧-୨୨ରେ ୮୩, ୨୦୨୨-୨୩ରେ ୧୫୬ଟି, ୨୦୨୩-୨୪ ରେ ୬୯ ଓ ୨୦୨୪-୨୫ ରେ ୮୦ଟି ନିମ୍ନମାନର ମେଡ଼ିସିନ୍ ଜବତ ହୋଇଛି । ଯେଉଁଥିରେ ପାନ୍-40, ପାନଟପ୍, ପାନ୍-ଡି, ଜିରୋଡଲ୍ ଏସପି, ଟେଲମା-40, ଆରଏଲ୍ 500, ଓ2 ଭଳି ମେଡ଼ିସିନ୍ ସାମିଲ ରହିଛି ।
ତେବେ ଆଜି ସପ୍ତଦଶ ବିଧାନସଭାର ପଞ୍ଚମ ଅଧିବେଶନର ପଞ୍ଚମ ଦିନରେ ଗୃହ କାର୍ଯ୍ୟ ସ୍ୱାଭିବିକ ରହିଛି । ପ୍ରଶ୍ନକାଳରେ ଜଙ୍ଗଲ ଓ ପରିବେଶ ବିଭାଗ ଗଣେଶ ରାମସିଂ ଖୁଣ୍ଟିଆ ଉତ୍ତର ରଖୁଛନ୍ତି ।