ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦାର ମୁଖ୍ୟ ବଜାରରେ ଥିବା ଏକ ଇଲେକ୍ଟ୍ରିକାଲ ଦୋକାନରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡ ପ୍ରଭାବରେ ସ୍ଥାନୀୟ ଅଞ୍ଚଳରେ ଭୟ ଖେଳିଯାଇଛି । ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି ।
ସୂଚନା ଅନୁସାରେ, ବାରିପଦାର ଏକ ଇଲେକ୍ଟ୍ରିକାଲ ଦୋକାନରେ ନିଆଁ ଲାଗିଥିଲା । ନିଆଁର ଧୂଆଁରେ ସମଗ୍ର ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ନିଆଁ କିଛି କ୍ଷଣ ମଧ୍ୟରେ ପାଖରେ ଥିବା ଲୁଗା ଦୋକାନକୁ ବ୍ୟାପି ଯାଇଥିଲା । ନିଆଁର ପ୍ରଭାବରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ନଷ୍ଟ ହୋଇଯାଇଛି । ଏହାର ପ୍ରଭାବରେ ମୃତାହତଙ୍କର କୌଣସି ସୂଚନା ମିଳିନାହିଁ । ନିଆଁକୁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ନିଆଁ ଲିଭାଇବା ପାଇଁ ୩ଟି ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ସର୍ଟ ସର୍କିଟ ରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି କରିଛି ।