ଭୁବନେଶ୍ୱର: ପଞ୍ଚାୟତିରାଜ ବିଭାଗର ପରିଚୟ ଦେଇ ଲୋକଙ୍କୁ ଠକୁ ଥିବା ଜଣେ ଦଲାଲଙ୍କୁ ଗିରଫ କରାଯାଇଛି । ଭୁବନେଶ୍ୱରସ୍ଥିତ ଲୋକ ସେବା ଭବନ ପରିସରରୁ ଦଲାଲକୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ । ଅଭିଯୁକ୍ତ ଜଣକ ହେଲେ କଳାହାଣ୍ଡି ନର୍ଲାର ବ୍ୟାସଦେବ ରଣା (୪୭) । ସେ ଭୁବନେଶ୍ୱର ଏକାମ୍ର ଅଞ୍ଚଳରେ ରହୁଥିଲା । ତା ନିକଟରୁ ନକଲି ପରିଚୟ ପତ୍ର ମଧ୍ୟ ଜବତ କରାଯାଇଛି ।
ନକଲି ବାସୁଦେବ ରଣା ପଞ୍ଚାୟତିରାଜ ବିଭାଗର ନକଲି ପରିଚୟ ତିଆରି ଲୋକଙ୍କ ଚୂନ ଲଗାଉଥିଲେ । ଚାକିରି କରାଇ ଦେବେ କହି ଲୋକଙ୍କୁ ଠକୁ ଥିଲା । ପୁରୀ ଜିଲ୍ଲା ପିପିଲିର ଜଣେ ଯୁବକଙ୍କୁ ଚାକିରି କରାଇ ଦେବାକୁ କହି ୨୦ ଲକ୍ଷ ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆଧାରରେ କ୍ୟାପିଟାଲ ଥାନା ପୋଲିସ ଲୋକସେବା ଭବନ ଗେଟ୍ ସମ୍ମୁଖରୁ ତାକୁ ଗିରଫ କରିଛି ।
ତେବେ ବ୍ୟାସ ଦେବ ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ବର୍ଷ ହେବ ନକଲି ପରିଚୟ ଦେଖାଇ ଲୋକସେବା ଭବନ ଭଳି ଏକ ଗୁରୁତ୍ୱ ପୂର୍ଣ୍ଣ ସ୍ଥାନକୁ ଅବାଧରେ ପ୍ରବେଶ କରୁଥିଲା । ଯାହାର କେହି ବି ଟେର୍ ପାଉ ନ ଥିଲେ । ଜବତ ପରିଚୟ ପତ୍ରରେ ୨୦୨୦, ୧ ଏପ୍ରିଲରୁ ୨୦୨୪, ୩୧ ଡିସେମ୍ବର ଯାଏଁ ବୈଧ୍ୟତା ରହିଥିଲା । କିନ୍ତୁ ଅବଧି ଶେଷ ହେବା ପରେ ମଧ୍ୟ ସେ କେମିତି ଲୋକସେବା ଭବନକୁ ଯାଉଥିଲା ତାକୁ ନେଇ ପ୍ରଶ୍ନ ଉଠିଛି ।