ଭୁବନେଶ୍ୱର: ଭୁବନେଶ୍ୱରରେ ଜଳିଗଲା ବିଏମସିର ଅଳିଆ ଗାଡ଼ି । ରାସ୍ତା ମଝିରେ ହୁତୁ ହୁତୁ ହୋଇ ଗାଡିଟି ଜଳିଗଲା । ଚନ୍ଦ୍ରଶେଖରପୁର ଡମଣା ଛକ ନିକଟରେ ଅଚାନକ ଅଳିଆ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଆଉ ତା’ପରେ ରାସ୍ତା ମଝିରେ ଢୋ ଢୋ ଫୁଟିଥିଲା। ଲୋକେ ଭୟଭୀତ ହୋଇ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ।
ସଫେଇ କରୁଥିବା ବେଳେ ଘଟିଲା ଅଘଟଣ । କିଛି ସମୟ ପାଇଁ ପୂରା ପରିବେଶ ଧୂଆଁମୟ ହୋଇଯାଇଥିଲା । ତେବେ ନିଆଁ କେମିତି ଲାଗିଲା, ତାର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ଖବର ପାଇଁ ତୁରନ୍ତ ଅଗ୍ନିଶମ ବାହିନୀର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ । ହେଲେ ଗାଡ଼ିଟି ସମ୍ପୁର୍ଣ୍ଣ ପୋଡିଯାଇଥିବା ଦେଖିବାକୁ ମିଳିଛି ।