ପିପିଲି: କଣାସରେ ଅଣାୟତ ହେଉଛି ଡାଇରିଆ ସ୍ଥିତି। ଝାଡାବାନ୍ତିରେ ଆକ୍ରାନ୍ତ ହେଲାଣି ୪୦ରୁ ଅଧିକ ଗ୍ରାମବାସୀ। ତେବେ ସ୍ଥାନୀୟ ଲୋକେ ଦୂଷିତ ପାଣି ସେବାନ କରିବା ଯୋଗୁଁ ଝାଡ଼ାବାନ୍ତି ବ୍ୟାପୁଥିବା ସନ୍ଦେହ କରାଯାଉଛି। ତେବେ ଗଡ଼ିଶାଗୋଦା ଓ କଣାସ ମେଡିକାଲରେ ରୋଗୀଙ୍କ ର ଚିକିତ୍ସା ଚାଲିଛି।
ସୂଚନା ଅନୁସାରେ , ପ୍ରାୟ ୨ଦିନ ହେଲାଣି ଗଡ଼ିଶାଗୋଦା ଓ କଣାସ ମେଡିକାଲରେ ଝାଡ଼ାବାନ୍ତି ରୋଗରେ ଆକ୍ରାନ୍ତ ହୋଇ ଲୋକେ ଚିକିତ୍ସା ହେଉଛନ୍ତି। ତେବେ ଡାଇରିଆରେ ଗତକାଲି ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ଯାହାକୁ ନେଇ ଗାଁ ଲୋକ ମାନେ ଭୟଭିତ ଅଛନ୍ତି। ତେବେ ଡାଇରିଆର ଅନୁଧ୍ୟାନ ପାଇଁ ପୁରୀ ଓ ଭୁବନେଶ୍ୱରରୁ ଆସିପାରନ୍ତି ଡାକ୍ତର ଓ ବେଶେଷଜ୍ଞ ଦଳ। ସ୍ଥିତିକୁ ଆଖି ଆଗରେ ରଖୀ କଣାସ ମେଡିକାଲରେ ୨୮ ଶଯ୍ୟା ବିଶିଷ୍ଟ ଏକ ସ୍ୱତନ୍ତ୍ର ୱାର୍ଡ ପ୍ରସ୍ତୁତ କରାଯାଇଛି ।