ସ୍ବାଭାବିକ ହେଇପାରିଵ ଗୋଦରା ଗୋଡ। ଆଉ ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ ରୀତାରାଣୀ । ଗୋଦରା ଗୋଡକୁ ଅସ୍ତ୍ରୋପଚାର ଦ୍ବାରା ସ୍ବାଭାବିକ କରିଵା ପାଇଁ କଟକ ଏସ୍ ସି ଵି ମେଡିକାଲରେ ଆରମ୍ଭ ହେଲା ପ୍ରଥମ ଭାସ୍କୁଲାରାଇଜ୍ଡ ଲିମ୍ଫନୋଡ ଟ୍ରାନ୍ସପ୍ଲାଣ୍ଟ। ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ଅସ୍ତ୍ରୋପଚାର କରାଯାଇଥିଲା ଯାହା ସଫଳ ହୋଇଛି । ଦୀର୍ଘ ବର୍ଷ ଧରି ଯନ୍ତ୍ରଣା ଭୋଗୀ ଆସୁଥିଲେ ଆକ୍ରାନ୍ତ ମହିଳା ଜଣକ ।
କଟକ ଏସ୍ ସି ଵି ମେଡିକାଲରେ ଗୋଦରା ଗୋଡର ଅସ୍ତ୍ରୋପଚାର କରାଯାଇଛି । ତେବେ ଫାଇଲେରିଆ ସହ ଵିଭିନ୍ନ କାରଣରୁ ଗୋଦରା ଗୋଡ ପାଇଁ ଯନ୍ତ୍ରଣା ପାଉଥିବା ବ୍ୟକ୍ତିଙ୍କୁ ଖୁସି ଖବର ମିଳିଛି । ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି ଅସ୍ତ୍ରୋପଚାର ଏସ୍ ସି ଵି ମେଡିକାଲରେ ଆରମ୍ଭ କରାଯାଇଛି। ଏସ୍ ସି ଵି ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ଵିଭାଗର ମୁଖ୍ୟ ଡାକ୍ତର ଵିଭୂତି ଭୂଷଣ ନାୟକ କହିଛନ୍ତି ଯେ ପୂର୍ବରୁ ଅସ୍ତ୍ରୋପଚାର କରି ଗୋଦରା ଗୋଡକୁ ଠିକ୍ କରିଵା ପାଇଁ ଚିକିତ୍ସା ହେଉଥିଲା, କିନ୍ତୁ ଗୋଦରା ହେଵାର ମୂଳ କାରଣର ନିରାକରଣ ପ୍ରୟାସ ହେଉନଥିଲା । କିନ୍ତୁ ଏବେ ତାହା ସଫଳ ହୋଇଛି । ଏପରିକି ଅସ୍ତ୍ରୋପଚାରର ୧୫ଦିନ ପରେ ଆକ୍ରାନ୍ତଙ୍କ ଗୋଡ ସ୍ବାଭାବିକ ହେଵା ଆରମ୍ଭ ହୋଇଛି ।
ଏହି ଅସ୍ତ୍ରୋପଚାର ଭାରତରେ ଦୁଇ ବର୍ଷ ହେବ ଆରମ୍ଭ ହୋଇଥିଲା । ତେବେ ରାଜ୍ୟରେ ପ୍ରଥମ ଥର ପାଇଁ ଏସ୍ ସି ଵି ରେ ଏହି ମାଇକ୍ରୋ ସର୍ଜରୀ ଆରମ୍ଭ ହୋଇଛି। ପ୍ରାୟ ୧୫ଵର୍ଷ ହେବ ଏହି ଗୋଦରା ଗୋଡ ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହି ଗୋଡ଼ର ଗୋଡ କେବେ ସୁଧୁରିବ ବୋଲି ସେ ଆଶା ଛାଡିଦେଇଥିଲେ । କିନ୍ତୁ ତାଙ୍କ ଆଶାକୁ ସଫଳ କରିଛି ଏସ୍ ସି ଵି ରେ ଏହି ମାଇକ୍ରୋ ସର୍ଜରୀ । ଏଥିପାଇଁ ସେ ଡାକ୍ତରମାନଙ୍କୁ ପ୍ରଶଂସା କରିବା ସହ ଦ୍ବିତୀୟ ଭଗଵାନ ବୋଲି କହିଛନ୍ତି ।
ଅଧିକ ପଢନ୍ତୁ :ରାଜ୍ୟରେ ଲାଗୁ ହେଲା ଆଦର୍ଶ ଆଚରଣ ବିଧି