ଶନିବାର ଭାରତ ନିର୍ବାଚନ ଆୟୋଗ ରାଜ୍ୟରେ ୨୧ଟି ଲୋକ ସଭା ଏବଂ ୧୪୭ ବିଧାନସଭା ପାଇଁ ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ଏହି ଅନୁଯାୟୀ, ସମଗ୍ର ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟରେ ସାଧାରଣ ନିର୍ବାଚନ ତାରିଖ ଘୋଷଣା କରିବା ପରେ ସମସ୍ତ ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ କରିବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି । ଏହି ନିୟମ ଅନୁଯାୟୀ, ସମସ୍ତ ପ୍ରାର୍ଥୀ, ରାଜନୈତିକ ଦଳ ଏବଂ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପାଇଁ ଲାଗୁ ହେବ । ନିର୍ବାଚନ ସରିବା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି । ତେବେ ଏହି ସମୟ ମଧ୍ୟରେ କୌଣସି ଜିଲ୍ଲା ସ୍ତରରେ ଜନଶୁଣାଣି ହେବ ନାହିଁ । ଜିଲ୍ଲାପାଳ ଏବଂ ଜିଲ୍ଲା ଏସ୍ପିଙ୍କ ଦ୍ୱାରା କରାଯାଉଥିବା ଜନଶୁଣାଣି ନିର୍ବାଚନ ପ୍ରକ୍ରିୟା ଶେଷ ନ ହେବା ପର୍ଯ୍ୟନ୍ତ ହେବ ନାହିଁ ବୋଲି ଚିଠିରେ ଉଲ୍ଲେଖ ରହିଛି ।
ଅଧିକ ପଢ଼ନ୍ତୁ : ବେଆଇନ ଅଫିମ ଚାଷ ନଷ୍ଟ କଲା ପୋଲିସ