କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜୀ ରେଳ ଷ୍ଟେସନର ରେଳ ୱାଗନରୁ ମିଳିଛି ବୋମା । ୱାଗନରୁ ୧୨ଟି ବୋମା ଜବତ କରାଯାଇଛି । ରେଳ ବିଭାଗ ବୋମାଗୁଡ଼ିକୁ ଜବତ କରିଛି । ବୋମା ଗୁଡ଼ିକ ବଡ଼ମାଳ ଗୋଳାବାରୁଦ କାରଖାନାର ବୋଲି ଜଣାପଡ଼ିବା ପରେ ତାକୁ ଫେରାଇ ଦିଆଯାଇଛି । ଏଗୁଡିକ ଯୁଦ୍ଧସ୍ତ୍ର ବୋଲି ଜଣାପଡ଼ିଛି । ଏ ନେଇ ଷ୍ଟେସନ୍ ମାଷ୍ଟର ପ୍ରଦୀପ କୁମାର ସୂଚନା ଦେଇଛନ୍ତି ।
କଣ୍ଟାବାଞ୍ଜୀ ରେଳ ଷ୍ଟେସନର ଏକ ୱାଗନ ଭିତରେ ବୋମା ଥିବା ନେଇ ସଫେଇ କର୍ମଚାରୀ ଦେଖିଥିଲେ । ଏହା ପରେ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ଜିଆରପି ଯାଞ୍ଚ କରି ୧୨ଟି ବୋମାକୁ ଜବତ କରିଥିଲା । ଜବତ ବୋମାଗୁଡ଼ିକ ବଡ଼ମାଳ ଗୋଳାବାରୁଦ କାରଖାନାର ଯୁଦ୍ଧାସ୍ତ୍ର ବୋଲି ଜଣାପଡ଼ିଥିଲା । ଉକ୍ତ ବୋମାଗୁଡ଼ିକୁ ଗୋଳାବାରୁଦ କାରଖାନାକୁ ଫେରାଇ ଦିଆଯାଇଛି । ଏ ନେଇ ଷ୍ଟେସନ୍ ମାଷ୍ଟର ପ୍ରଦୀପ କୁମାର ସୂଚନା ଦେଇଛନ୍ତି ।
ଅଧିକ ପଢ଼ନ୍ତୁ- ଯମ ହୋଇ ଆସିଲା ‘ମୋ ବସ୍’, ନାବାଳିକା ଉପରେ ମାଡ଼ିଗଲା
ଅନ୍ୟପକ୍ଷରେ ବଡ଼ମାଳ ଗୋଳାବାରୁଦ କାରଖାନାରୁ ଯୁଦ୍ଧାସ୍ତ୍ର ମହାରାଷ୍ଟ୍ର ପୁଲଗାଁଓକୁ ପଠାଯାଇଥିଲା ବୋଲି ଜଣାପଡ଼ିଛି । ତେବେ ଏତେ ସଂଖ୍ୟକ ଯୁଦ୍ଧାସ୍ତ୍ର ଭର୍ତ୍ତି କଣ୍ଟେନର କେମିତି ୱାଗନ ଭିତରେ ରହିଗଲା ସେ ନେଇ ପ୍ରଶ୍ନ ଉଠିଛି ।