ଭୁବନେଶ୍ୱର: ବିଜେଡି ପରେ କଂଗ୍ରେସକୁ ମଧ୍ୟ ଝଟକା ଲାଗିଛି । ରାଜ୍ୟସଭାରେ କ୍ରସ୍ ଭୋଟିଂ କରିଥିବା ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ କରାଯାଇଥିବା ଆବେଦନକୁ ବାଚସ୍ପତି ସୁରମା ପାଢ଼ୀ ବାଚସ୍ପତି ସୁରମା ପାଢ଼ୀ ଖାରଜ କରିଛନ୍ତି ।
ରାଜ୍ୟସଭାରେ କ୍ରସ୍ ଭୋଟିଂ ପାଇଁ ୩ ବିଧାୟକଙ୍କ ସଦସ୍ୟତା ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ ଆବେଦନ କରିଥିଲା କଂଗ୍ରେସ । ସୋଫିଆ ଫିର୍ଦ୍ଦୋସ, ରମେଶ ଜେନା ଓ ଦାଶରଥୀ ଗମାଙ୍ଗଙ୍କ ବିଧାନସଭାରେ ସଦସ୍ୟତା ରଦ୍ଦ ପାଇଁ କଂଗ୍ରେସ ଆବେଦନ କରିଥିଲା ।
ବିଜେଡିର ଅଯୋଗ୍ୟତା ଆବେଦନକୁ ବାଚସ୍ପତି ଖାରଜ କରିସାରିଛନ୍ତି । ବିଜେଡ଼ିର ୮ ବିଧାୟକ ରମାକାନ୍ତ ଭୋଇ, ଅରବିନ୍ଦ ମହାପାତ୍ର, ନବକିଶୋର ମଲ୍ଲିକ, ସନାତନ ମହାକୁଡ଼, ଚକ୍ରମଣି କହଁର ଓ ସୁବାସିନୀ ଜେନାଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ବିଜେଡ଼ି ଆବେଦନ କରିଥିଲା ।
ଉଲ୍ଲେଖ ଯୋଗ୍ୟ, ଗତ ମାର୍ଚ୍ଚ ୧୬ ରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ବିଜେଡ଼ିର ଉପରୋକ୍ତ ୮ ଜଣ ସଦସ୍ୟ ଦଳୀୟ ହ୍ୱିପକୁ ଅବମାନନା କରି ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଭୋଟ୍ ଦେଇଥିଲେ । ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ଙ୍କ ଦଳ ନିର୍ବାଚନ ପୂର୍ବରୁ ନିଲମ୍ବିତ କରିସାରିଥିଲା । ସେହିପରି ସୋଫିଆ ଫିର୍ଦ୍ଦୋସ, ରମେଶ ଜେନା ଓ ଦାଶରଥୀ ଗମାଙ୍ଗ ମଧ୍ୟ କ୍ରସ୍ ଭୋଟିଂ କରିଥିଲେ । ଦୁଇ ଦଳ ଏହି ସମସ୍ତ ସଦସ୍ୟଙ୍କୁ ଦଳରୁ ନିଲମ୍ବିତ କରିଥିଲା ।