ଜଳେଶ୍ୱର: ସୁବର୍ଣ୍ଣରେଖା ନଦୀ ବନ୍ୟାରେ ଭାସିଯାଇ ନିଖୋଜ ଥିବା କୁହ୍ଲା ଗ୍ରାମର ମହେଶ୍ୱର ପିଳାଙ୍କ ମୃତ୍ୟୁ ଦେହ ଆଜି ଉଦ୍ଧାର ହୋଇଛି। ଗତକାଲି ସୁବର୍ଣ୍ଣରେଖା ନଦୀ ବନ୍ୟାରେ କୁହ୍ଲାଚଢ ଗ୍ରାମର ମହେଶ୍ୱର ପିଳା ନାମକ ଯୁବକ ପାଣିରେ ଭାସି ଯାଇ ନିଖୋଜ ହୋଇଯାଇଥିଲେ, ଖୋଜିବା ପାଇଁ ଓଡ୍ରାଫ, ଅଗ୍ନିଶମ ବିଭାଗ ଓ NDRF କୁ ମୁତୟନ କରାଯାଇଥିଲା। ହେଲେ ଗତକାଲି ନିଖୋଜ ଯୁବକଙ୍କର କୌଣସି ପତ୍ତା ମିଳିନଥିଲା ବେଳେ ଆଜି ସକାଳ ପ୍ରାୟ ୯ ଟା ସମୟରେ NDRF ପକ୍ଷରୁ ଉଦ୍ଧାର କରାଯାଇଛି।
ତେବେ ସେ ଗତକାଲି ଔଷଧ ଓ ପରିବା କିଣି ଘରକୁ ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଥିଲା। ଏବେ ଏହି ଘଟଣାକୁ ନେଇ ପରିବାର ଲୋକଙ୍କ ପାଖରେ ମୃତ ଦେହ ପହଂଚିବା ପରେ ଶୋକର ଛାୟା ଖେଳି ଯାଇଛି। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କୁଲ୍ହା ଚଡ଼ ଗ୍ରାମରେ ଯୁବକ ମହେଶ୍ୱର ସକାଳ ସମୟରେ କିଛି କିଣାକିଣି ପାଇଁ ବାହାରକୁ ଯାଇଥିଲେ ଆଉ ଫେରୁଥିବା ସମୟରେ ଗୋଡ଼ ଖସି ପାଣି ସ୍ରୋତରେ ଭାସିଯାଇଥିଲେ।