ଭୁୁବନେଶ୍ୱର: ପୁଣି ଇସ୍କନର ମନମାନୀ । ଯେତେ ବାରଣ କଲେ ବି ମାନୁନି ଇସ୍କନ । ସମସ୍ତ ନୀତି ନିୟମକୁ ଫୁ କରି ଚାଲିଛି । ପ୍ରଥମେ ଅଦିନିଆ ରଥଯାତ୍ରା ବାହାର କରୁଥିବା ଇସ୍କନ ଏବେ ଅଦିନିଆରେ କଲା ସ୍ନାନଯାତ୍ରା । ଲଣ୍ଡନ ନିକଟ ୱାଟ୍ଫୋର୍ଡରେ ମହାପ୍ରଭୁଙ୍କ ଅଦିନିଆ ସ୍ନାନଯାତ୍ରା କରାଇଛି ଇସ୍କନ । ଇସ୍କନ ଭକ୍ତି ବେଦାନ୍ତ ମାନୋର ପକ୍ଷରୁ ସ୍ନାନଯାତ୍ରା ପାଳନ କରାଯାଇଛି । ଗଜପତି ମହାରାଜାଙ୍କ ବାରମ୍ବାର ବାରଣ ସତ୍ତ୍ୱେ ବି ଇସ୍କନ ନିଜର ମନମାନୀ କରି ଚାଲିଛି ।
ଏହା ପୂର୍ବରୁ ଏମିତି ଅନେକ ଥର ଦେଶ ଏବଂ ବିଦେଶରେ ଅଦିନିଆ ରଥଯାତ୍ରା କରି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ କୁଠାରଘାତ କରି ସାରିଛି ଇସ୍କନ । ଏହାକୁ ନେଇ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଇସ୍କନକୁ ନେଇ କ୍ଷୋଭ ରହିଛି । ଗଜପତି ମହାରାଜ ଇସ୍କନକୁ ଏ ପ୍ରସଙ୍ଗରେ ଅନେକ ଥର ବାରଣ କରିଛନ୍ତି । ଜଗନାଥ ସଂସ୍କୃତିକୁ ଏମିତି ଅପମାନ ନ କରିବାକୁ ମଧ୍ୟ ତାଗିଦ୍ କରିଛନ୍ତି । କିନ୍ତୁ ଇସ୍କନ କୌଣସି ଭ୍ରୁକ୍ଷେପ କରୁନାହିଁ । ନିଜ ମନମାନୀ ଚଲାଇ ଅଦିନିିଆରେ କେତେବେଳେ ରଥଯାତ୍ରା ଏବଂ କେତେବେଳେ ସ୍ନାନଯାତ୍ରା କରାଉଛି । ଇସ୍କନର ଏମିତି କାର୍ଯ୍ୟକଳାପକୁ ଜଗନ୍ନାଥ ପ୍ରେମୀ ଘୋର ନିନ୍ଦା କରିଛନ୍ତି ।
Also Read: ବାଲିଅନ୍ତା ଥାନାରେ କ୍ରାଇମବ୍ରାଞ୍ଚର ତନାଘନା; ଖୋଲିବା ସୌମ୍ୟ ହତ୍ୟାର ଗୁମର