ସଡକ ଦୁର୍ଘଟଣାରେ ପୀଡିତ ବ୍ୟକ୍ତିଙ୍କୁ ସାହାଯ୍ୟ କରିଛନ୍ତି ମାନ୍ୟବର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାସ୍ତାରେ ଯାଉଥିବା ସମୟରେ ଦୁର୍ଘଟଣାରେ ପୀଡିତ ବ୍ୟକ୍ତିଙ୍କୁ ଉଦ୍ଧାର କରିଛନ୍ତି ମନ୍ତ୍ରୀ ଓ ଉପସ୍ଥିତ ରହି ଉକ୍ତ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ସହ ଆମ୍ବୁଲାନ୍ସ ଯୋଗେ ଉକ୍ତ ବ୍ୟକ୍ତିଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ପଠାଇଛନ୍ତି।
ରାସ୍ତାରେ ସଡକ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କ ପାଇଁ ଦେବଦୁତ ସାଜିଛନ୍ତି ମାନ୍ୟବର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଶନିବାର ଗୁର୍ଜିଭଟା ଛକ ଦେଇ ଭୁବନେଶ୍ୱର ଫେରୁଥିବା ସମୟରେ ରାସ୍ତାରେ ଜଣେ ବ୍ୟକ୍ତି ସଡକ ଦୁର୍ଘଟଣାର ଶିକାର ହୋଇଥିଲେ । ଏହି ସମୟରେ ମନ୍ତ୍ରୀ ମହୋଦୟ ତୁରନ୍ତ ନିଜ ଗାଡ଼ିକି ଅଟକାଇଥିଲେ । ସେହି ସ୍ଥାନରେ ଉପସ୍ଥିତ ରହି ଆମ୍ବୁଲାସ ସହ ଯୋଗାଯୋଗ କରି ଉକ୍ତ ବ୍ୟକ୍ତିଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ପଠାଇଥିଲେ ।
ଏହି ଘଟଣା ପରେ ମାନ୍ୟବର ମନ୍ତ୍ରୀ ସାଧରଣ ଜନସାଧରଣଙ୍କୁ ଏକ ନିବେଦ କରିଛନ୍ତି, ସେ କହିଛନ୍ତି ଦୁର୍ଘଟଣା ସମୟରେ ପୀଡ଼ିତଙ୍କୁ ସାହାଯ୍ୟ କରିବା ଆମ କର୍ତ୍ତବ୍ୟ । ରାସ୍ତାରେ ଯାଉଥିବା କୌଣସି ବ୍ୟକ୍ତି କୌଣସି ସ୍ଥାନରେ ଦୁର୍ଘଟଣା ଦେଖି ଭୟବିତ୍ତ ହେବା ପରିବର୍ତ୍ତେ ଆହତଙ୍କୁ ତୁରନ୍ତ ଡାକ୍ତରଖାନା ପହଞ୍ଚାଇବା ପାଇଁ ସହଯୋଗର ହାତ ବଢାଇବା ଦରକାର । ସଠିକ ସମୟରେ ସାହାଯ୍ୟ କଲେ ଆହତ ବ୍ୟକ୍ତିଙ୍କ ଜୀବନ ବଞ୍ଚିବା ସହ ଏହା ଠାରୁ ପୁଣ୍ୟ କାମ କିଛି ନାହିଁ ବୋଲି ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ । ଏହାସହ ଆହତ ବ୍ୟକ୍ତି ସୁସ୍ଥ ହେବା ନେଇ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା ମଧ୍ୟ କରିଛନ୍ତି ।