ରାୟଗଡ଼ା: କଥାରେ ଅଛି ଅତି ଲୋଭେ ତନ୍ତି ବୁଡ଼ି ମରେ । ଆଉ ଏହି ଉକ୍ତିଟି ଜଣେ ସରକାରୀ ଅଧିକାରୀ ପାଇଁ ଲାଗୁ ହୋଇଛି । ସପ୍ତାହକ ପରେ ଚାକିରୀରୁ ଅବସର ନେଇଥାଆନ୍ତେ । କିନ୍ତୁ ଟଙ୍କା ପ୍ରତି ତାଙ୍କର ଅହେତୁକ ଲୋଭ ତାଙ୍କୁ ଆଜି ଜେଲ୍ ଚାରିକାନ୍ଥ ଭିତରେ ବନ୍ଦୀ କରିଦେବ । ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଲାଞ୍ଚ ନେଇ ଧରାପଡ଼ିଲେ ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ ପଟ୍ଟନାୟକ । ଠିକାଦାରଙ୍କ ଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଧରିଛି ।
ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ ପଟ୍ଟନାୟକଙ୍କର ୪ଟି ଠିକଣାରେ ଭିଜିଲାନ୍ସ ଚଢ଼ଉ କରିଛି । ରାୟଗଡ଼ା, ନୟାଗଡ଼ ଏବଂ ଭୁବନେଶ୍ୱରର୨ଟି ସ୍ଥାନରେ ଭିଜିଲାନ୍ସ ଯାଞ୍ଚ କରିଛି । ଚଢ଼ଉ ସମୟରେ ଆଉ 3 ଲକ୍ଷ 39 ହଜାର ନଗଦ ରାଶି ତାଙ୍କ ଘରୁ ମିଳିଛି । ମୋଟ 5 ଲକ୍ଷ 39 ହଜାର ଟଙ୍କା ଜବତ ହୋଇଛି ।
ଆସନ୍ତା ୩୦ ତାରିଖରେ ଚାକିରିରୁ ପ୍ରସନ୍ନ ପଟ୍ଟନାୟକ ଅବସର ନେଇଥାନ୍ତେ । କିନ୍ତୁ ଗତକାଲି ଜଣେ କାର୍ଯ୍ୟ ଅଭିଜ୍ଞତା ପ୍ରମାଣପତ୍ର ପାଇଁ ଜଣେ ଠିକାଦାରଙ୍କଠାରୁ ନେଉଥିବାବେଳେ ଧରାପଡ଼ିଛନ୍ତି । ସେ ଜଣେ ଠିକାଦାରଙ୍କଠାରୁ କାମର ବିଲ୍ କ୍ଲିୟର କରିବା ଏବଂ ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ଏବଂ କାର୍ଯ୍ୟ ଚୁକ୍ତିନାମା ପ୍ରଦାନ କରିବା ପାଇଁ କାର୍ଯ୍ୟ ଅଭିଜ୍ଞତା ପ୍ରମାଣପତ୍ର ପ୍ରଦାନ କରିବା ପାଇଁ ୨ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ । ଠିକାଦାର ଜଣକ ଗତ କିଛି ଦିନ ହେବ ପ୍ରମାଣପତ୍ର ପାଇଁ ବାରମ୍ବାର ଅନୁରୋଧ କରିଆସୁଥିଲେ । କିନ୍ତୁ ଯନ୍ତ୍ରୀ ଉକ୍ତ ପ୍ରମାଣପତ୍ର ପ୍ରଦାନ କରିବା ବଦଳରେ ୫୦ ଲକ୍ଷ ଟଙ୍କା ମୂଲ୍ୟର ବିଲ୍ ୫% ପ୍ରତିଶତ ହିସାବରେ ୨.୫ ଲକ୍ଷ ଟଙ୍କା ଲାଞ୍ଚ ଦେବାକୁ କହିଥିଲେ । କିନ୍ତୁ ଠିକାଦାର ଦାବି କରାଯାଇଥିବା ୨.୫ ଲକ୍ଷ ଟଙ୍କା ଲାଞ୍ଚ ଦେବାକୁ ଅକ୍ଷମତା ପ୍ରକାଶ କରିଥିଲେ। ତଥାପି, ଆଲୋଚନା ପରେ ପଟ୍ଟନାୟକ ଲାଞ୍ଚ ପରିମାଣକୁ ୨ ଲକ୍ଷ ଟଙ୍କାକୁ ହ୍ରାସ କରିଥିଲେ। ଏ ନେଇ ଠିକାଦାର ଭିଜିଲାନ୍ସ ଅଧିକାରୀଙ୍କୁ ଜଣାଇଥିଲେ ସତର୍କ କରାଇ ଦେଇଥିଲେ। ଏହା ପରେ, ଗତକାଲି ରାତିରେ ଭିଜିଲାନ୍ସର ଏକ ଦଳ ଅଭିଯୋଗକାରୀଙ୍କଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଯନ୍ତ୍ରୀଙ୍କୁ ଗିରଫ କରିଥିଲେ। ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ୨ ଲକ୍ଷ ଟଙ୍କା ଲାଞ୍ଚ ଟଙ୍କା ଜବତ କରାଯାଇଛି।