ପୁରୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ମ୍ୟାଚ୍ ବେଟିଂର ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ପୁରୀ ପୋଲିସ । ଜଣେ ହୋଟେଲ୍ ମାଲିକଙ୍କୁ ଗିରଫ କରାଯାଇଛି । ହୋଟେଲ୍ ମାଲିକ କୃଷ୍ଣପ୍ରସାଦ ତ୍ରିପାଠୀ । ବ୍ରହ୍ମପୁରରେ ଚଢ଼ଉ କରି ପୁରୀ ପୋଲିସ ଗିରଫ କରାଯାଇଛି ।
ପୁରୀ ଏସପି ପ୍ରତୀକ ସିଂଙ୍କ ସୂଚନା ମୁତାବକ, ଏହି ଆଇପିଏଲ୍ ବେଟିଂ ମାମଲାରେ ପୂର୍ବରୁ ଅନ୍ୟ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଏହାର ମାଷ୍ଟରମାଇଣ୍ଡକୁ ଧରିବାକୁ ପୋଲିସ ଛାନଭିନ ଜାରି ରଖିଥିଲା । ଶେଷରେ ବ୍ରହ୍ମପୁରରୁ ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ତାର ବ୍ରହ୍ମପୁର ବାସଭବନରୁ ନଗଦ ୧୦ ଲକ୍ଷ ଏବଂ ବ୍ୟାଙ୍କରୁ ୮ ଲକ୍ଷ ମୋଟ ୧୮ ଲକ୍ଷ ଟଙ୍କା ଜବତ କରିଛି ପୋଲିସ । କୃଷ୍ଣପ୍ରସାଦ ନିଜ ନାଁ ବଦଳାଇ ଏବଂ ପରିଚୟ ଲୁଚାଇ ବେଟିଂ କରୁଥିଲା । ସେ ତାର ନାଁ ରଖିଥିଲା ‘ବସ୍’ । ବସ୍ ନାମରେ ତାକୁ ସମସ୍ତେ ଜାଣୁଥିଲେ । ସେ ଟଙ୍କା ନେଣଦେଣ କରୁଥିଲା । ପୋଲିସ କୃଷ୍ଣପ୍ରସାଦକୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି ।