ଢେଙ୍କାନାଳ: ସୁଇମିଂ ପୁଲ୍ରେ ବୁଡ଼ି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ଏପରି ଏକ ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା ସଦର ଥାନା ଧୀରପାଟଣା ନିକଟ ଇକୋ ରିସର୍ଟ ସୁଇମିଂ ପୁଲ୍ରେ ଘଟିଛି । ମୃତକ ଉତ୍ତରାଖଣ୍ଡର ତେଜସ୍ଵ ଆହୁଜା ବୋଲି ପରିଚୟ ମିଳିଛି ।
ସୂଚନା ଅନୁସାରେ, ଇକୋ ରିସର୍ଟ ସୁଇମିଂ ପୁଲକୁ ବୁଲି ଆସିବା ସମୟରେ ଅଘଟଣ ଘଟିଛି । ଅସାବଧନତା କାରଣରୁ ପର୍ଯ୍ୟଟକ ସୁଇମିଂ ପୁଲ୍ରେ ବୁଡ଼ି ଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ଚିକିତ୍ସା ପାଇଁ ଆଠଗଡ଼ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏନେଇ ପୋଲିସ ପକ୍ଷରୁ ମୃତଦେହକୁ ଜବତ କରାଯାଇ ଘଟଣାର ତଦନ୍ତ ଜାରି ରହିଛି ।