ଧାମନଗର : ଦିନକୁ ଦିନ ବଢିଚାଲିଛି ସାପ କାମୁଡ଼ାରେ ଲୋକଙ୍କ ସଂଖ୍ୟା। ଅକାଳରେ ଚାଲିଯାଉଛି ଅନେକ ନିରୀହ ଜୀବନ। ଏପରିକି ଉଜୁଡି ଯାଉଛି ଅନେକ ପରିବାର। ତେବେ ପ୍ରତ୍ୟକ ଦିନ ସାପ କାମୁଡ଼ା ଘଟଣା ସାମ୍ନାକୁ ଆସୁଛି। ତେବେ ଯଦି ଦେଖିବା ୧ ବର୍ଷ ମଧ୍ୟରେ ସାପ କାମୁଡ଼ାରେ ୧୫୦୬ ଲୋକଙ୍କର ଜୀବନ ଗଲାଣି। ସେହିପରି ଶନିବାର ସାପ କାମୁଡ଼ାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ଧାମନଗର ବିଜ୍ଞାପିତ ଅଞ୍ଚଳ ୪ ନମ୍ବର ୱାର୍ଡ ମୁନିସିପାଟଣା ଗାଁରେ ଅଭାବନୀୟ ଘଟଣା ଘଟିଛି। ମୃତ ମହିଳାଙ୍କ ନାମ ହେଦାତୁନ ବିବି ବୋଲି ଜଣାପଡିଛି।
ସୂଚନା ଅନୁସାରେ, ହେଦାତୁନ ନିଜ ସ୍ୱାମୀଙ୍କ ସହ ବିଲରେ ଘାସ କାଟୁଥିଲେ। ଏହି ସମୟରେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡ଼ିଦେଇଥିଲା। ତେବେ ମହିଳାଙ୍କ ଚିତ୍କାର ଶୁଣି ଲୋକେ ତାଙ୍କୁ ତୁରନ୍ତ ଧାମନଗର ଡାକ୍ତରଖାନାକୁ ନେଇଥିଲେ। ହେଲେ ଡାକ୍ତରଖାନାରେ ପହଂଚି ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ନେଇ ଡାକ୍ତର କହିଥିଲେ। ତେଣୁ ତୁରନ୍ତ ସ୍ଥାନୀୟ ପୋଲିସଙ୍କୁ ଖବର ଦିଆଯାଇଥିଲା। ଖବରପାଇ ପଲ୍ସି ଘଟଣାସ୍ଥଳରେ ପହଂଚି ମୃତଦେହ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଛି। ତେବେ ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି।