ନିଆଳି: ଗତକାଲି ବାଲିପାଟଣା ଥାନା ଅଞ୍ଚଳରେ ପେଟ୍ରୋଲରେ ପୋଡ଼ି ହୋଇଥିବା ଗୁରୁତର ଯୁବକଙ୍କର ଆଜି ଚିକିତ୍ସାଧୀନ ଅବସ୍ଥାରେ ଏମ୍ସରେ ମୃତ୍ୟୁ ହୋଇଛି । ମୃତକ ହେଲେ ଜ୍ୟୋତି ରଞ୍ଜନ ମଠିଆ । ଯୁବକଙ୍କ ଶରୀରର ୮୦ରୁ ଊର୍ଦ୍ଧ୍ବ ପ୍ରତିଶତ ପୋଡ଼ି ଯାଇଥିଲା।
ସୂଚନା ଅନୁସାରେ, ବାଲିପାଟଣା ଛକରେ ଦେହରେ ପେଟ୍ରୋଲ୍ ଢାଳି ଯୁବକ ନିଆଁ ଲଗାଇଥିଲେ ବୋଲି ଅଭିଯୋଗ ହୋଇଥିଲା । ଯୁବକଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଏମ୍ସରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ଆଜି ତାଙ୍କର ମୃତ୍ୟୁ ହୋଇଛି । ଏନେଇ ପୋଲିସ ଘଟଣାର ତଦନ୍ତ ପାଇଁ ବାପା, ସାବତ ମାଆ ଓ ସାବତ ଭାଇକୁ ଅଟକ ରଖିଛି ।
ଗୁରୁତର ଅବସ୍ଥାରେ ଜ୍ୟୋତିଙ୍କ ରେକର୍ଡ ହୋଇଥିବା ବୟାନ ଆଧାରରେ ସମ୍ପତ୍ତି ପାଇଁ ବାପା, ସାବତ ମାଆ ଓ ସାନ ଭାଇଙ୍କୁ ପେଟ୍ରୋଲ ଢାଳି ମାରିବା ପାଇଁ ଚେଷ୍ଟା କରୁଥିଲେ । ସେଥିପାଇଁ ପୋଲିସ ସେମାନଙ୍କୁ ଅଟକ ରଖିଛି । ଜ୍ୟୋତିଙ୍କୁ ମାରିବା ପାଇଁ ଏହା ଏକ ଯୋଜନା ବୋଲି ସେ କହିଥିଲେ ।