ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା କମିରା ଛକ ଠାରେ ଏକ ଅଘଟଣ ଘଟିଯାଇଛି l ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି l ଯାହା ଫଳରେ ଚାରିଜଣ ଯୁବକ ଗୁରୁତର ହୋଇଛନ୍ତି l ସେମାନେ ହେଲେ ବିନିକା ଥାନା ସାଲମାଟିକିରା ଗ୍ରାମର ମହନ କୁଆଁର, ରାଜା କୁଅଁର, ରାହୁଲ କୁଅଁର ଓ ସୋନପୁର ସହରର ଗୌତମ ପାତ୍ର ।
ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ଗୌତମ ପାତ୍ର ବାଇକ ଯୋଗେ ରାମପୁର ପଟରୁ ବିନିକା ପଟକୁ ଆସୁଥିଲେ । ଏହି ସମୟରେ ବିନିକା ପଟରୁ ତିନିଜଣ ଯୁବକ ରାମପୁର ପଟକୁ ଯାଉଥିବା ବେଳେ କମିରା ଛକ ଠାରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା l ଫଳରେ ସମସ୍ତେ ଛିଟିକି ପଡ଼ିଥିଲେ l ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ବିନିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା l ମହନ କୁଆଁର, ରାଜା କୁଅଁର, ରାହୁଲ କୁଅଁରଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଗୌତମଙ୍କୁ ସୋନପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିବା ଜଣାପଡିଛି l