ଜଗତସିଂହପୁର: ସ୍ୱାମୀଙ୍କର ମୃତ୍ୟୁ ଖବର ଶୁଣି ସହ୍ୟ ନକରି ପାରି ବିଷ ପିଇଦେଲେ ସ୍ତ୍ରୀ। ଏଭଳି ଏକ ଦୁଃଖଦ ଖବର ଆସିଛି ଜଗତସିଂହପୁର ଜିଲ୍ଲା ନିଆଳି ଏକବେରୁଆଁ ପଞ୍ଚାୟତ ଅଞ୍ଚଳରୁ । ଗୁରୁତର ପତ୍ନୀଙ୍କୁ ପ୍ରଥମେ ଜଗତସିଂହପୁର ମେଡିକାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଉକ୍ତ ଗ୍ରାମର ସୁରେନ୍ଦ୍ର ସ୍ୱାଇଁ ବିଲରୁ ବାଇଗଣ ତୋଳିବାକୁ ଯାଇଥିବାବେଳେ ସାପ କାମୁଡ଼ି ଦେଇଥିଲା ।
ଗୁରୁତର ଅବସ୍ଥାରେ ତାଙ୍କୁ ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ବାମୀଙ୍କ ମୃତ୍ୟୁ ଖବର ସହିନପାରି ସ୍ତ୍ରୀ ମଞ୍ଜରୀ ସ୍ବାଇଁ ବିଷ ପିଇ ଦେଇଥିଲେ । ଏହି ଘଟଣା ଘଟିବା ପରେ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।