ଭୁବନେଶ୍ୱର: ଆଇଏଏସ୍ ଶାଲିନୀ ପଣ୍ଡିତ କେନ୍ଦ୍ରୀୟ ଡେପୁଟେସନରେ ଯିବେ । ଶାଲିନୀଙ୍କୁ ଆର୍ଥିକ ସେବା ବିଭାଗର ଯୁଗ୍ମ ସଚିବ ଭାବରେ ନିଯୁକ୍ତି ମିଳିଛି । ନିଯୁକ୍ତିଠାରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ତୁଲାଇବେ । ସେ ଆଇଏଏସ୍ ସମୀର ଶୁକ୍ଳାଙ୍କ ସ୍ଥାନରେ ଯୋଗ ଦେବେ ।
୨୦୦୧ ବ୍ୟାଚ ଆଇଏଏସ ଅଧିକାରୀ ଶାଲିନୀ ପଣ୍ଡିତ ବର୍ତ୍ତମାନ ଓଡ଼ିଶା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଅଛନ୍ତି । ଏହା ସହିତ ମିଶନ ଶକ୍ତି ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି । ଏହା ପୂର୍ବରୁ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ମଧ୍ୟ ରହିସାରିଛନ୍ତି । କୋଭିଡ୍ କାଳରେ ତାଙ୍କର କାର୍ଯ୍ୟଶୈଳୀକୁ ବେଶ୍ ପ୍ରଶଂସା କରାଯାଇଥିଲା ।