ଓଏଏସ ଅଧିକାରୀ ତଥା OSDMAରେ କାର୍ଯ୍ୟରତ DGM ସାର୍ଥକ ସୌରଭ ମହାପାତ୍ରଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାଙ୍କ ସ୍ତ୍ରୀ ଅର୍ଚ୍ଚନା ଦାସ। ଛୁଆ ଜନ୍ମ ପରଠୁ ମେଡିକାଲରୁ ସାର୍ଥକ କୁଆଡେ ପଳାଇଥିବା ତାଙ୍କ ସ୍ତ୍ରୀ କହିଛନ୍ତି। ସେପଟେ ଶୁକ୍ରବାର ମହିଳା ଥାନାରେ ହାଜର ହୋଇଛନ୍ତି ସାର୍ଥକ। ମହିଳା ଥାନାରୁ ବାହାରିବା ପରେ OAS ଅଧିକାରୀ ସାର୍ଥକ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି । ପତ୍ନୀ ଅର୍ଚ୍ଚନା ଦାସଙ୍କ ସମସ୍ତ ଅଭିଯୋଗକୁ ସେ ଖଣ୍ଡନ କରି କହିଛନ୍ତି ଯେ ମୋ ଛଡ଼ା ମାଆର କେହି ନାହାନ୍ତି; ମାଆ, ଭଉଣୀଙ୍କୁ ସପୋର୍ଟ ଦରକାର । ପତ୍ନୀ କେବେ ସପୋର୍ଟ ଦେଉ ନଥିଲେ । ମାଆଙ୍କୁ ମୁଁ ସମୟ ଦେଲେ ଯେମିତି ଅପରାଧ କରିଦେଲି, ଭାବିଥିଲି ଛୁଆ ହେଲେ ସବୁ ସ୍ବାଭାବିକ ହୋଇଯିବ କିନ୍ତୁ ସେମିତି କିଛି ହେଲାନି ବୋଲି ସେ କହିଛନ୍ତି। ଛୁଆ ଜନ୍ମବେଳେ ହସ୍ପିଟାଲରେ ୩ ଦିନ ରହି ସାର୍ଥକ ସବୁ ସେବା କରିଥିବା କହିଛନ୍ତି । ମୁଁ ଅତୁଲ ସୁବାଷ ନୁହେଁ, ଶେଷ ପର୍ଯ୍ୟନ୍ତ ଲଢ଼େଇ କରିବି। କୋର୍ଟ ଏବଂ ଜଗନ୍ନାଥଙ୍କ ଉପରେ ଭରସା ଅଛି। ମୋତେ ନିଶ୍ଚୟ ନ୍ୟାୟ ମିଳିବ ବୋଲି ସେ କହିଛନ୍ତି ।
ଅଭିଯୋଗକାରିଣୀ ଅର୍ଚ୍ଚନା ଦାସ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବରେ କାର୍ଯ୍ୟ କରନ୍ତି। ମେ ୧୦ରେ ଅର୍ଚ୍ଚନା ଏକ ଘରୋଇ ହସ୍ପିଟାଲରରେ ଗୋଟିଏ ଶିଶୁପୁତ୍ର ଜନ୍ମ ଦେଇଥିଲେ। ସେବେଠୁ ସ୍ବାମୀ ଆଉ ସମ୍ପର୍କରେ ନ ଥିବା ଏତଲାରେ ଉଲ୍ଲେଖ କରିଛନ୍ତି।