ନବରଙ୍ଗପୁର: ସ୍ତ୍ରୀକୁ ହତ୍ୟା କରି ପାଇଖାନା ଟାଙ୍କିରେ ଲୁଚାଇ ଦେଲା ସ୍ୱାମୀ । ପରେ ସ୍ତ୍ରୀ ନିଖୋଜ ହୋଇଯାଇଥିବା ନେଇ ରଚିଥିଲା ମିଛ କାହାଣୀ । ଶେଷରେ ପଡ଼ୋଶୀ ଏଭଳି ଏକ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଚି । ରାଇଘର ଥାନା ବୋରଗାଁରେ ଘଟିଛି ଏଭଳି ବିଭତ୍ସ ହତ୍ୟାକାଣ୍ଡ । ମୃତ ମହିଳା ହେଲେ ମନେଇ ଗଣ୍ଡ ଏବଂ ଅଭିଯୁକ୍ତ ସ୍ୱାମୀ ହେଲା ସୁବାସ ଗଣ୍ଡ ।
ରାଇଘର ଥାନା ବୋରଗାଁରେ ସୁବାସ ଗଣ୍ଡାଙ୍କ ପତ୍ନୀ ମନେଇ ଗଣ୍ଡ ନିଖୋଜ ହୋଇଯାଇଥିବା ନେଇ ସେ ପଡ଼ୋଶୀଙ୍କୁ କହିଥିଲେ । ଏହା ପରେ ଗ୍ରାମବାସୀ ମଧ୍ୟ ମନେଇଙ୍କୁ ଖୋଜିଥିଲେ କିନ୍ତୁ ପାଇନଥିଲେ । ଗ୍ରାମବାସୀଙ୍କର ସନ୍ଦେହ ହେବାରୁ ସୁବାସଙ୍କ ଚାରି ବର୍ଷର ପୁଅକୁ ମାଆ ବିଷୟରେ ପଚାରିଥିଲେ । ଶେଷରେ ମାଙ୍କୁ ହତ୍ୟା କରି ବାପା ପାଇଖାନା ଟାଙ୍କିରେ ପକେଇଥିବା କଥା ଜଣା ପଡିଥିଲା। ପରେ ଗ୍ରାମବାସୀ ସ୍ୱାମୀ ସୁବାସ ଗଣ୍ଡଙ୍କୁ ଜେରା କରିବାରୁ ସ୍ତ୍ରୀକୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ। ଗ୍ରାମବାସୀ ଅଭିଯୁକ୍ତକୁ ଅଟକ ରଖି ରାଇଘର ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ରାଇଘର ପୋଲିସ ପହଁଚି ପାଇଖାନା ଭିତରୁ ମୃତ ଦେହକୁ ଉଦ୍ଧାର କରିବା ସହିତ ଅଭିଯୁକ୍ତକୁ ଗିରଫ କରିଛି । ତେବେ ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ ।