ବଲାଙ୍ଗିର: ବଲାଙ୍ଗିର ସହର ଭିତରେ ୪ଗୋରୁ ବୋଝେଇ ଗାଡି ଜବତ । ବଲାଙ୍ଗିରରେ ଆଜି ଭୋରରୁ ବେଆଇନ ଗୋରୁ ଚାଲାଣ ବେଳେ ୪ ଟି ଗାଡି ଜବତ କରିଛନ୍ତି ସ୍ଥାନୀୟ ଯୁବ ଗୋଷ୍ଠୀ। ଏହା ସହିତ ସହ୯ ଜଣଙ୍କୁ ଅଟକ ରଖାଯାଇଛି ।
ତେବେ ଆଜି ଭୋର ପ୍ରାୟ ୩.୩୪ ସମୟରେ ଜାତୀୟ ରାଜପଥରୁ ବଲାଙ୍ଗିର ସହର ଦେଇ ଚାରୋଟି ଗାଡ଼ି କଳାହାଣ୍ଡି ଜିଲ୍ଲା ଯାଉଥିବାବେଳେ କିଛି ଯୁବକ ସନ୍ଦେହ କରିଥିଲେ । ଏନେଇ ଗାଡିକୁ ଅଟକାଇବାକୁ ଚେଷ୍ଟା କରିବା ସମୟରେ ଗାଡ଼ି ଗୁଡ଼ିକ ଆହୁରି ଦ୍ରୁତ ଗତିରେ ପଳାଇବାକୁ ଚେଷ୍ଟା କରିଥିଲା । କିନ୍ତୁ ଯୁବକମାନେ କୌଶଳ କ୍ରମେ ଗାଡ଼ି ଗୁଡ଼ିକୁ ଅଟକାଇ ଥିଲେ । ପରେ ଗୋଟିଏ ପରେ ଗୋଟିଏ ଗାଡି ଆସିଥିଲା ଜିଛି ଗାଡି ଦୂରରୁ ଫେରାର ମାରିବାକୁ ଚେଷ୍ଟା ମଧ୍ୟ କରିଥିଲା । ହେଲେ ସମସ୍ତ ଗାଡିକୁ ଧରିବା ରେ ସଫଳ ହୋଇଥଲେ ଯୁବ ଗୋଷ୍ଠୀ । ପୋଲିସକୁ ସମସ୍ତ ଗୋରୁ ବୋଝେଇ ଗାଡି ଜିମ୍ମା ଦିଆଯାଇଛି । ତେବେ ୪ ଟି ଗାଡି ରେ ୧୮ଟି ଗୋରୁ ଚାଲାଣ ହେଉଥିବା ଜଣାପଡିଛି । ଡ୍ରାଇଭରମାନଙ୍କ ସମେତ ୯ ଜଣଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି । ସେପଟେ ଗାଡି ଭିତରୁ ଗାଈ ସହ କିଛି ମାରଣାସ୍ତ୍ର ଓ କିଛି ଗଞ୍ଜେଇ ମଧ୍ୟ ଜବତ ହୋଇଛି।