ଭୁବନେଶ୍ବର: ଆଜିଠାରୁ ଭିତର ରତ୍ନଭଣ୍ଡାରର ରତ୍ନ ଅଳଙ୍କାରର ଗଣତି ମଣତି ହେବ। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭିତର ରତ୍ନ ଅଳଙ୍କାରର ହେବ ଗଣତି ମଣତି କାର୍ଯ୍ୟ ଆରମ୍ଭ କରାଯିବ। ତେବେ ୧୬ ରୁ ୧୮ ଯାଏଁ ଆଉ ଏକ ପର୍ଯ୍ୟାୟରେ ଗଣତି ମଣତି କରାଯିବ। ଜିଲ୍ଲା ଟ୍ରେଜେରୀରୁ ପ୍ରତିଦିନ ଚାବି ଅଣାଯାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚାବି ଖୋଲାଯିବା ପରେ ଗଣତି ମଣତି କାର୍ଯ୍ୟ କରାଯିବ। ଗଣତି ମଣତି କାର୍ଯ୍ୟ ଶେଷ ପରେ ପ୍ରତ୍ୟେକ ଦିନ ରତ୍ନଭଣ୍ଡାରକୁ ସିଲ୍ କରାଯାଇ ଚାବି କୁ ଜିଲ୍ଲା ଟ୍ରେଜେରୀରେ ରଖାଯିବ। ଗଣତି ମଣତି ସମୟରେ ଠାକୁରଙ୍କ ନୀତି କାନ୍ତି ଓ ଶ୍ରଦ୍ଧାଳୁଙ୍କ ଦର୍ଶନକୁ ବିଶେଷ ଗୁରୁତ୍ୱ ଦିଆଯାଇଛି।
ସବୁକିଛି ସୁରୁଖୁରୁ ସଂପନ୍ନ କରିବା ପାଇଁ ପ୍ରତ୍ୟେକ ସଦସ୍ୟ ଏବଂ ପ୍ରାଧିକୃତ ସେବାୟତ ଓ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। କିଭଳି ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତିମଣତି କରାଯିବ। କେଉଁମାନେ ଭିତରେ ଏବଂ ବାହାରେ ରହିବେ। ସେହିପରି ସବୁ ରତ୍ନ ଅଳଙ୍କାରର ଥ୍ରୀଡି ସ୍କ୍ରିନିଂ କରାଯାଇ ଡିଜିଟାଲ ଫଟୋଗ୍ରାଫି କରାଯିବ। ଏହାକୁ ନେଇ ଏକ ଡିଜିଟାଲ କ୍ୟାଟଲଗ୍ ପ୍ରସ୍ତୁତ କରାଯାଇଛି। ଯାହାଫଳରେ ଆଗାମୀ ଦିନରେ ଯଦି କେବେ ଗଣତିମଣତି କାର୍ଯ୍ୟ ହୁଏ ତାହା ଖୁବ୍ କମ୍ ସମୟ ଏବଂ ସହଜରେ ହୋଇପାରିବ ।
ତେବେ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ୧୧ ତାରିଖରେ ଶେଷ ହୋଇଛି। ଦୀର୍ଘ ୭ ଘଣ୍ଟା ଧରି ଅଳଙ୍କାର ଗଣତି ମଣତି କରାଯାଇଥିଲା। ଏପ୍ରିଲ ୮ ରୁ ଆରମ୍ଭ ହୋଇଥିବା ଏହି ଗଣତି ମଣତି କାର୍ଯ୍ୟ ଶନିବାର ଶେଷ ହୋଇଥିଲା। ଏସଓପି ଅନୁଯାୟୀ ସମସ୍ତ ଗଣତି ମଣତି କାର୍ଯ୍ୟ କରାଯାଇ ପ୍ରତ୍ୟେକ ରତ୍ନ ଅଳଙ୍କାରର ଥ୍ରୀଡି ସ୍କାନିଙ୍ଗ କରାଯାଇ ଡିଜିଟାଲ ଫଟୋଗ୍ରାଫି କରାଯାଇଛି। ସ୍ବର୍ଣ୍ଣ ଓ ରତ୍ନ ଅଳଙ୍କାର ବିଶେଷଜ୍ଞ ମାନେ ଉପସ୍ଥିତ ରହି ମୋତି, ମାଣିକ୍ୟର ଚିହ୍ନଟ କରିଥିଲେ। ପ୍ରତ୍ୟେକ ରତ୍ନ ଅଳଙ୍କାରର ନମ୍ବରିଙ୍ଗ କରାଯାଇ ଅତ୍ୟନ୍ତ ସୁରକ୍ଷିତ ଭାବେ ରଖାଯାଇଛି। ତେବେ