ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅଧୀନରେ ଥିବା ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ ଉଚ୍ଚ ଶିକ୍ଷା ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି । ସମସ୍ତ ଶିକ୍ଷାନୁଷ୍ଠାନରେ ଅତିଥି ଅଧ୍ୟାପକ ନିଯୁକ୍ତି କରିବାକୁ ଉଚ୍ଚ ଶିକ୍ଷା ବିଭାଗ ଅତିରିକ୍ତ ସଚିବ ପ୍ରତିଭା ସାହୁ ସମସ୍ତ ବିଶ୍ୱବିଦ୍ୟାଳୟକୁ ଚିଠି ଲେଖିଛନ୍ତି ।
ଫେବୃଆରୀ ପହିଲା, ୨୦୨୪ରେ ଲେଖାଯାଇଥିବା ଚିଠି ଅନୁସାରେ ରାଜ୍ୟ ଖାଲିଥିବା ବିଭିନ୍ନ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ପଦ ପୂରଣ ହେବ । ଖାଲି ପଦରେ ଅତିଥି ଅଧ୍ୟାପକଙ୍କୁ ନିଯୁକ୍ତି କରାଯିବା । ଯେଉଁ ଅତିଥି ଅଧ୍ୟାପକ ପୂର୍ବରୁ ନିଯୁକ୍ତ ଅଛନ୍ତି ସେମାନଙ୍କ ଅବଧି ପୁନର୍ବାର ୬ ମାସ ଯାଏ ବୃଦ୍ଧି କରାଯିବ । ଏହା ସହିତ ଆବଶ୍ୟକ ସ୍ଥଳେ ନୂତନ ଅତିଥି ଅଧ୍ୟାପକଙ୍କୁ ନିଯୁକ୍ତି ମିଳିବ । ଏହା କେବଳ ସାମୟିକ ଭାବେ ୬ ମାସ ଯାଏ ରହିବ କିମ୍ବା ନିୟମିତ ଅଧ୍ୟାପକ ନିଯୁକ୍ତି ହେବା ପର୍ଯ୍ୟନ୍ତ ଏହି ନିଯୁକ୍ତି ବଳବତ୍ତର ରଖାଯିବ ।
ସମସ୍ତ ବିଶ୍ୱବିଦ୍ୟାଳୟ ଏଚ୍ଆଇଏଏମ୍ଏସ୍ ପୋର୍ଟାଲରେ କେତେ ଅତିଥି ଅଧ୍ୟାପକ ନିଯୁକ୍ତ ହୋଇଛନ୍ତି ଏବଂ କେତେ ଆଉ ଆବଶ୍ୟକତା ରହିତା ତାହାର ସମ୍ପୂର୍ଣ୍ଣ ତାଲିକା ଦାଖଲ କରିବେ ।