ଭୁବନେଶ୍ୱର ; ଆମେ ସମସ୍ତେ ପିଲାଦିନେ କଇଁଛ ଏବଂ ଠେକୁଆ କାହାଣୀ ଶୁଣିଛେ। ଏହି କାହାଣୀ ଆମକୁ ଶିକ୍ଷା ଦେଇଥିଲା ଯେ କାହାକୁ କେବେ ଆମେ ଦୁର୍ବଳ ଭାବିବା ଭୁଲ। ତେବେ କେବଳ କାହାଣୀରେ ନୁହଁ ବାସ୍ତବ ଜୀବନରେ ମଧ୍ୟ କଇଁଛର ଧାର୍ମିକ ଗୁରୁତ୍ୱ ମଧ୍ୟ ରହିଛି। ଅନେକ ଲୋକ ଏହାକୁ ଶୁଭ ବୋଲି ଭାବନ୍ତି। ଯେଉଁଥିପାଇଁ ଲୋକମାନେ କଇଁଛକୁ ଘରେ ରଖନ୍ତି। ହେଲେ ଆଜିକାଲି ଏହି କଇଁଛ ମାନଙ୍କର ସଂଖ୍ୟା ସାରା ବିଶ୍ୱରେ ହ୍ରାସ ପାଉଛି। ଯାହାକୁ ଦୃଷ୍ଟିରେ ରଖି ତଥା ଲୋକଙ୍କୁ ସଚେତନ କରାଇବା ଉଦେଶ୍ୟରେ ପ୍ରତିବର୍ଷ ୨୩ ମେ’ ତାରିଖକୁ ବିଶ୍ୱ କଇଁଛ ଦିବସ ରୂପେ ପାଳନ କରାଯାଏ। ଏହି ଦିନଟି କଇଁଛମାନଙ୍କ ବିଷୟରେ ସୂଚନା ପ୍ରସାର କରିବା ଏବଂ ସେମାନ ସୁରକ୍ଷା ଦେବା ପାଇଁ ଉତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ।
ପ୍ରଥମ ଥର ୧୯୯୦ ମସିହାରେ ବିଶ୍ୱ କଇଁଛ ଦିବସ ପାଳନ କରିବା ଆରମ୍ଭ ହୋଇଥିଲା। ବାସ୍ତବରେ ବିଭିନ୍ନ ପ୍ରଜାତିର କଇଁଛମାନଙ୍କୁ ବଞ୍ଚାଇବା ଲକ୍ଷ୍ୟରେ ଏକ ଅଣ-ଲାଭ ସଂଗଠନ ଆମେରିକୀୟ କଇଁଛ ଉଦ୍ଧାର କାର୍ଯ୍ୟ ପ୍ରତିଷ୍ଠା କରାଯାଇଥିଲା। ଏହି ସଂସ୍ଥାର ମୂଳ ଉଦ୍ଦେଶ୍ୟ ହେଉଛି ସମଗ୍ର ବିଶ୍ୱରେ କଇଁଛ ସଂରକ୍ଷଣ। କଇଁଛମାନେ ଦୁନିଆର ସରୀସୃପ ଗୋଷ୍ଠୀର ଅନ୍ୟତମ ପୁରାତନ ପ୍ରାଣୀ। କଇଁଛମାନେ ସାପ ଏବଂ କୁମ୍ଭୀରଠାରୁ ମଧ୍ୟ ବହୁତ ପୁରୁଣା। ଏହି ଜୀବମାନେ ୨୫୦ ନିୟୁତ ବର୍ଷ ପୂର୍ବେ ବିକଶିତ ହୋଇଥିବା ପୂର୍ବାନୁମାନ କରାଯାଏ। ଦୁନିଆରେ ୩୦୦ ପ୍ରଜାତିର କଇଁଛ ଅଛନ୍ତି, ସେଥିମଧ୍ୟରୁ ୧୨୯ଟି ବିଲୁପ୍ତପ୍ରାୟ। ଏହି କାରଣରୁ ବିଶ୍ୱ କଇଁଛ ଦିବସ ଅନ୍ତର୍ଜାତୀୟ ସ୍ତରରେ ପାଳନ କରାଯାଉଛି।
ଦୁନିଆର ଦୀର୍ଘତମ କଇଁଛ ଥିଲା ହନାକୋ କଇଁଛ। ଯିଏ ପ୍ରାୟ ୨୨୬ ବର୍ଷ ବଞ୍ଚିଥିଲା। ଦୀର୍ଘବର୍ଷ ବଞ୍ଚିବା ପରେ ହନାକୋର ୧୭ ଜୁଲାଇ ୧୯୭୭ରେ ମୃତ୍ୟୁ ଘଟିଥିଲା। ଏପରିକି ଆଜିକାଲି ଅନେକ ସମୟରେ ଆମେ କଇଁଛଙ୍କ ବଂଶ ବିଲୁପ୍ତ ହେବାର ଦେଖୁଛେ। ତେଣୁ କରି ଯଦି ଆମେ ସଚେତନ ହେବ ତେବେ କଇଁଛଙ୍କ ବଂଶ ମଧ୍ୟ ବିଲୁପ୍ତ ପରିବର୍ତ୍ତେ ବିସ୍ତାରିତ ହେବ।