ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ମହାନଳାରେ କୁକୁର ଆକ୍ରମଣରେ ଜଣେ ନାବାଳକ ଗୁରୁତର ଭାବେ ଆହତ ହୋଇଛି । ନାବାଳକର ମୁଣ୍ଡରୁ ଖପୁରୀ ଅଲଗା ହୋଇଯାଇଥିବା ଜଣାପଡ଼ିଛି । ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।
ପ୍ରାପ୍ତ ସୂଚନା ମୁତାବକ, ଗଞ୍ଜାମ ଜିଲ୍ଲା ପାଟପୁର ମହାନଳା ଅଞ୍ଚଳରେ ନାବାଳକ ଜଣକ ଦାଣ୍ଡରେ ପିଲାଙ୍କ ସହିତ ଖେଳୁଥିଲା । ଏହି ସମୟରେ ୫ରୁ ଅଧିକ କୁକୁର ନାବାଳକୁ ଘେରି ଯାଇଥିଲେ । ନାବାଳକଟି କୁକୁରଙ୍କ ପଲ ଭିତରେ ଫସି ଯାଇଥିଲା । କୁକୁର ଗୁଡ଼ିକ ନାବାଳକ ଝୁଣି ଖଣ୍ଡିଆ ଖାବରା କରିଦେଇଥିଲେ । ଏମିତିକି ମୁଣ୍ଡରୁ ଖପୁରୀକୁ ଟାଣି ବାହାର କରିଦେଇଥିଲେ । ନାବାଳକଟି ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ପ୍ରଥମେ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।