ମାଲକାନଗିରି: ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲା ୩୨୬ ନମ୍ବର ଜାତୀୟ ରାଜପଥ ଏମ୍ଭି ୯୬ ପୋଲ ବୁଡ଼ିଯାଇଛି । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଉଭୟ ପାର୍ଶ୍ବରେ ଶତାଧିକ ଗାଡି ମୋଟର ଅଟକ ରହିଛି । ପୋଲ ଉପରେ ୨ରୁ ୩ ଫୁଟର ପାଣି ପ୍ରବାହିତ ହେଉଛି । ପୋଲ ବୁଡିବା ଫଳାର ମାଲକାନଗିରି ଜିଲ୍ଲା କାଲିମେଳାରୁ ଏମ୍ଭି ୯୬କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ରାଜ୍ୟରେ ଲଘୁଚାପ ବର୍ଷା ପାଇଁ ୩ ଦିନ ସତର୍କ ସୂଚନା ଜାରି କରାଯାଇଛି । କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା, ଗଜପତି, କଳାହାଣ୍ଡି, ଗଞ୍ଜାମ ଓ କନ୍ଧମାଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୧୯ ତାରିଖରେ ମାଲକାନଗିରି ଏବଂ କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।