ଢେଙ୍କାନାଳ: ନଦୀ ବ୍ରିଜ ଉପରକୁ ଚଢି ମୋବାଇଲରେ ରିଲ୍ସ କରିବା ହେଲା କାଳ। ରିଲ୍ସ କରିବା ସମୟରେ ଅସାବଧାନତା ଯୋଗୁଁ ବ୍ରିଜ ଉପରୁ ବ୍ରାହ୍ମଣୀ ନଦୀରେ ଖସି ପଡିଲେ ଯୁବତୀ। ଯୁବତୀ ଜଣଙ୍କ ହେଉଛନ୍ତି ଢେଙ୍କାନାଳ ତରଭା ଗାଁର ୧୯ ବର୍ଷୟା ଅମ୍ବିକା ନାୟକ।
ଅମ୍ବିକା ନିଜମାଉସୀଙ୍କ ସହ ମିଶି ଢେଙ୍କାନାଳ ତରଭା ଗାଁରୁ କାମାକ୍ଷାନଗର ଖଟୁଆହତା ଯାଉଥିଲେ। ଅଧା ବାଟରେ ଅଟୋକୁ ଅଟକାଇ କମଗରା ବ୍ରାହ୍ମଣୀ ନଦୀ ବ୍ରିଜ ଉପରେ ସେ ମୋବାଇଲରେ ରିଲ୍ସ କରୁଥିଲେ। ଏହି ସମୟରେ ଅସାବଧାନବଶତଃ ବ୍ରିଜରୁ ତାଙ୍କ ଗୋଡ ଖସିଯାଇଥିଲା ଆଉ ସେ ନଦୀ ଭିତରକୁ ପଡିଯାଇଥିଲେ।
ଅଧିକ ପଢନ୍ତୁ: ଅନଲାଇନ୍ ଠକାମୀର ଶିକାର ହେଲେ ଡାକ୍ତର; ମଗାଇଥିଲେ ଲ୍ୟାପଟପ୍ ହେଲେ ପାର୍ସଲ ଭିତରୁ ବାହାରିଲା ପଥରଖଣ୍ଡ
ଏହି ଦୁର୍ଘଟଣାରେ ସେଠାକାର ସ୍ଥାନୀୟ ବାସିନ୍ଦା ଅଧଘଣ୍ଟା ଧରି ପରିଶ୍ରମ କରିବା ପରେ ତାଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।