ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୋଲିସକୁ ମିଳିଲା ବଡ଼ ସଫଳତା। ଗଞ୍ଜେଇ ଚୋରା ଚାଲାଣରେ ଜଣେ ଛାତ୍ରଙ୍କୁ ଗିରଫ କରିଛି ପୋଲିସ। ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଥିଲା କାମାକ୍ଷାନଗର ପୋଲିସ। ଅଭିଯୁକ୍ତ ମୋଟଙ୍ଗା ଥାନା ଅଂଚଳର ଜିତେନ୍ଦ୍ର କୁମାର ବେହେରା। ଜିତେନ୍ଦ୍ରଙ୍କ ଠାରୁ ୨୬ କିଲୋ ୧୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି।
ସୂଚନା ଅନୁସାରେ, ବିଟେକ ଛାତ୍ର ଜିତେନ୍ଦ୍ର ପ୍ରତିଦିନ ବସରେ ଯାତ୍ରା କରି ଗୋଟିଏ ଷ୍ଟପେଜରୁ ଅନ୍ୟ ଏକ ଷ୍ଟପେଜକୁ ଯାଇ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ। ଛେଣ୍ଡିପଦା ଅଞ୍ଚଳରୁ ଗଞ୍ଜେଇ ଆଣି ଯାଜପୁର ଅଂଚଳକୁ ଚୋରା ଚାଲାଣ କରୁଥିଲେ। ବିଶେଷ ସୂତ୍ରରୁ ଖବର ପାଇ କାମାକ୍ଷାନଗର ଥାନା ଅଧିକାରୀ ଆଶିଷ ଜେନା ଅଭିଯୁକ୍ତ ଜିତେନ୍ଦ୍ରକୁ ଆଳତୁମା ଗାଁ ଛକ ନିକଟରୁ କାବୁ କରିଥିଲେ। ଗତ ୧୫ ଦିନ ହେବ ଜିତେନ୍ଦ୍ରଙ୍କ ଉପରେ ପୋଲିସର ନଜର ରଖିଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି।