ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଆଉ ଏକ ହଟ୍ଟଚମଟ ସୃଷ୍ଟି ହେବାର ବେଶ ସମ୍ଭାବନା ରହିଛି । ବିଜୁ ଜନତା ଦଳର ପୂର୍ବତନ ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ ଗେରୁଆ ରଙ୍ଗରେ ରଙ୍ଗେଇ ହୋଇପାରନ୍ତି । ପ୍ରଭାତ ଖୁବ ଶୀଘ୍ର ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।
ଆସନ୍ତା ୧୨ ତାରିଖ ରବିବାର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ବିଜେପିରେ ଯୋଗ ଦେବାର ସମ୍ଭାବନା ରହିଛି । ଭୁବନେଶ୍ଵର ବିଜେପି ରାଜ୍ୟ ମୁଖ୍ୟାଳୟରେ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ପ୍ରଭାତ ନିଜର ସମର୍ଥକଙ୍କ ସହିତ ପଦ୍ମ ଧରିବେ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ଏବଂ ରାଜ୍ୟ ମୁଖ୍ୟ ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ ମଧ୍ୟ ଉପସ୍ଥିତ ରହିବାର ସୂଚନା ରହିଛି ।
ସୂଚନାଯୋଗ୍ୟ, ଗତ ରାଜ୍ୟସଭା ନିର୍ବାଚନ ବେଳେ ପ୍ରଭାତ ବିଶ୍ୱାଳଙ୍କୁ ଦଳ ବିରୋଧି କାମ ପାଇଁ ନବୀନ ପଟ୍ଟନାୟକ ବିଜେଡିରୁ ବହିଷ୍କାର କରିଥିଲେ । ମାର୍ଚ୍ଚ 1 ତାରିଖରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା ।