ଭୁବନେଶ୍ୱର: ପୁଣି ଥରେ ଯାତ୍ରୀଙ୍କ ପାଇଁ ନିରାଶ ଜନକ ଖବର ଆସିଛି । ଭୁବନେଶ୍ୱରରୁ ଆଉ ଏକ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ହୋଇଛି । ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଭୁବନେଶ୍ୱରରୁ ସିଙ୍ଗାପୁରକୁ ବିମାନ ସେବା ବନ୍ଦ ହୋଇଛି । ଏ ନେଇ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି ।
ପୂର୍ବରୁ ଯୁଦ୍ଧ ପାଇଁ ଭୁବନେଶ୍ୱର ଦୁବାଇକୁ ବିମାନ ଯାତ୍ରା ବନ୍ଦ କରାଯାଇଥିଲା । ବର୍ତ୍ତମାନ କେବଳ ଗୋଟିଏ ଆନ୍ତର୍ଜାତୀୟ ବିମାନ ବ୍ୟାଙ୍କଙ୍କକୁ ଚାଲୁରହିଛି । ସେହିପରି ମଧ୍ୟ ପ୍ରଦେଶର ଇନ୍ଦୋର,ଡେରାଡୁନ ଓ କୋଚିନକୁ ମଧ୍ୟ ଉଡ଼ାଣ ବନ୍ଦ କରାଯାଇଛି । ବର୍ତ୍ତମାନ ଗ୍ରୀଷ୍ଣ ଋତୁ ଆରମ୍ଭ ହୋଇଯାଇଥିବାରୁ ଏହି ସବୁ ସ୍ଥାନକୁ ଉଡ଼ାଣ ସ୍ଥଗିତ ରଖାଯାଇଛି । ଅଫ ସିଜିନ୍ ପାଇଁ କିଛି ବିମାନ କମ୍ପାନୀ ଉଡ଼ାଣ ବନ୍ଦ କରିଥିବା କହିଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ । ଏହା ବ୍ୟତୀତ ଇନ୍ଧନକୁ ନେଇ କୌଣସି ସମସ୍ୟା ଦେଖାଦେଇନଥିବା ସେ କହିଛନ୍ତି । କିଛି ବିମାନ ସେବା ଅଫ୍ ସିଜିନ ପାଇଁ ବନ୍ଦ ହୋଇଛି ବିମାନ ଇନ୍ଧନକୁ ନେଇ କୌଣସି ସମସ୍ୟା ନଥିବା ସେ ସ୍ପଷ୍ଟ କରିଛନ୍ତି । ତେବେ ଆଉ କିଛି ନୂତନ ସ୍ଥାନକୁ ଉଡ଼ାଣ ନେଇ ରାଜ୍ୟ ସରକାର ଯୋଜନା କରୁଛନ୍ତି ।