ଭୁବନେଶ୍ୱର: କେନ୍ଦୁଝରରେ ବିଜେଡ଼ିକୁ ଶକ୍ତ ଝଟକା ଲାଗିଛି । ଆଜି ବିଜେପି ରାଜ୍ୟ କାର୍ୟ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନ ଦାସ ଦଳରେ ଯୋଗ ଦେଇଛନ୍ତି । ଏହା ସହିତ ୮ ଜଣ କାଉନସିଲର ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ।
ଉଲ୍ଲେଖ ଯୋଗ୍ୟ, ଗତକାଲି ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନ ଦାସ ଓ ୮ ଜଣ କାଉନସିଲର୍ ବିଜେଡ଼ିରୁ ଇସ୍ତଫା ଦେଇଥିଲେ । ୧ ନଂ ୱାର୍ଡ କାଉନସିଲର ସନତ କୁମାର ସାହୁ, ୭ ନଂ ୱାର୍ଡ କାଉନସିଲର ଅବିନାଶ ମିଶ୍ର, ୮ ନଂ ୱାର୍ଡ କାଉନସିଲର ଦୟାନିଧି ପାତ୍ର, ୧୦ ନଂ ୱାର୍ଡ କାଉନସିଲର ପଦ୍ମିନୀ ପାତ୍ର, ୧୨ ନଂ ୱାର୍ଡ କାଉନସିଲର କରୁଣାକର, ୧୫ ନଂ ୱାର୍ଡ କାଉନସିଲର ଭଗବାନ ନାଏକ, ୧୬ ନଂ ୱାର୍ଡ କାଉନସିଲର ସବିତା ପଟ୍ଟନାୟକ ଏବଂ ୨୧ ନଂ ୱାର୍ଡ କାଉନସିଲର ହେମନ୍ତ କୁମାର ପତି । ସେହିପରି ତିନି ଜଣ ସାଧାରଣ ସମ୍ପାଦକ ଶୁଭେନ୍ଦୁ ପଟ୍ଟନାୟକ, ସନତ କୁମାର ସାହୁ ଏବଂ ବରଦା ପ୍ରସନ୍ନ ଦାସ ଦଳର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ ।