ମାଛମାନଙ୍କ ପ୍ରଜନନ ଋତୁ ପାଇଁ ସରକାରଙ୍କ ପକ୍ଷରୁ ଏପ୍ରିଲ ୧୫ ତାରିଖରୁ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ଦୁଇ ମାସ ସମୁଦ୍ରରେ ମାଛ ମାରିବା କଟକଣା ଲାଗିଥିଲା । ଏହି ସମୟରେ ମାଛମାନେ ଗଭୀର ଜଳରୁ ଆସି ଅଣ୍ଡା ଦେଇଥାନ୍ତି । ଏଥିପାଇଁ ଯେପରି କୈାଣସି ଅସୁବିଧା ସୃଷ୍ଟି ନହୁଏ । ସେଥିପାଇଁ ଯନ୍ତ୍ରଚାଳିତ ଡ଼ଙ୍ଗା ଉପରେ ସରକାର ରୋକ୍ ଲଗାଇଥିଲେ । କିନ୍ତୁ ଦୀର୍ଘ ଦୁଇ ମାସ ପରେ ସାମୁଦ୍ରିକ କଟକଣା ହଟିଛି । ଆଉ ସମୁଦ୍ରକୁ ଯିବା ପାଇଁ ଧୀବରମାନେ ସଜବାଜ ଆରମ୍ଭ କରିଦେଲେଣି । ଦୀର୍ଘଦିନ ହେବ ମାଛଧରା କଟକଣା ପାଇଁ ମତ୍ସ୍ୟଜିବୀମାନେ ବହୁ ଅସୁବିଧାର ସମ୍ମୁଖିନ ହୋଇଥିଲେ । ଆଉ ଏବେ କଟକଣା ହଟିଯାଇଥିବାରୁ ମତ୍ସ୍ୟଜୀବିମାନେ ସଜବାଜ ହେଲେଣି ।