କଟକ: କଟକ ଏସ୍ସିବି ମେଡ଼ିକାଲରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ଏସ୍ସିବି ମେଡିକାଲ ସର୍ଜରୀ ୱାର୍ଡରେ ବିଦ୍ୟୁତ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ଜଣାପଡିଛି ।
ଆଜି କଟକ ଏସ୍ସିବି ମେଡିକାଲ ସର୍ଜରୀ ୱାର୍ଡରେ ନିଆଁ ଲାଗିଥିଲା । ୱାର୍ଡ ଭିତରେ ଥିବା ବିଦ୍ୟୁତ କେବୁଲରେ ହଠାତ୍ ନିଆଁ ଲାଗିଥିଲା । ଏହା ପରେ ଖବର ପାଇ ସୁରକ୍ଷାକର୍ମୀ ଓ ଦମକଳ ବାହିନୀ ପହଁଚି ତ୍ୱରିତ ପଦକ୍ଷେପ ସ୍ଵରୂପ ନିଆଁକୁ ଆୟତ୍ତ କରିଛନ୍ତି । ତେବେ କାହାର କୌଣସି କ୍ଷୟକ୍ଷତି ହୋଇ ନାହିଁ । ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।