କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଏସ୍ଆଇ ଛାୟାକାନ୍ତ ନାୟକଙ୍କ ପାଇଁ ଅଡ଼ୁଆ ବଢ଼ିଛି । ଏସ୍ଆଇଙ୍କ ନାଁରେ ମାମଲା ରୁଜୁ ହୋଇଛି । ବରାଦିଆ ଗ୍ରାମର ଜଣଙ୍କୁ ଥାର୍ଡ ଡିଗ୍ରୀ ଦେଇଥିବା ଅଭିଯୋଗରେ ମାମଲା ରୁଜୁ ହୋଇଛି ।
ବରଦିଆ ଗାଁରେ ଚୋରା ମଦ କାରବାର ନେଇ ଅବକାରୀ ବିଭାଗକୁ ଖବର ମିଳିଥିଲା । ଅବକାରୀ ବିଭାଗ ଚଢ଼ଉ କରିଥିଲା । ଚଢ଼ାଉର ଭିଡିଓ ଉତ୍ତୋଳନ କରିବାରୁ ଅବକାରୀ ଟିମ୍ ଜଣଙ୍କୁ ଉଠାଇ ନେଇଥିଲା । ଏହା ଭିତରେ ଅବକାରୀ ଟିମ୍ ଗାଡ଼ି ଭିତରେ ଉକ୍ତ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମାରିବା ସହିତ ୧୨ ଘଣ୍ଟା ଅଟକ ରଖିଥିବା ଅଭିଯୋଗ ହୋଇଥିଲା । ଗତ ୩୧ ତାରିଖରେ ଏ ନେଇ ସମ୍ପୃକ୍ତ ବ୍ୟକ୍ତି ଏସ୍ଆଇ ଛାୟାକାନ୍ତ ନାୟକଙ୍କ ବିରୁଦ୍ଧରେ ରାଜନଗର ଥାନାରେ ଏତଲା ଦେଇଥିଲେ ।