ପାରାଦ୍ଵୀପ: ଗତକାଲି ବିଳମ୍ବିତ ରାତିରେ ପାରାଦୀପର ବଡ଼ପଡ଼ିଆ ପରିବା ମାର୍କେଟ୍ରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡରେ ଜଳିଗଲା ୭ଟି ପରିବା ଦୋକାନ ଜଳିପୋଡ଼ି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି । ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ଯାଇଛି । ନିଆଁର ପ୍ରକୋପ ଏତେ ଥିଲା ଯେ, ସଙ୍ଗେ ସଙ୍ଗେ ନିଆଁ ୭ଟି ପରିବା ଦୋକାନକୁ ଜାଳିପୋଡ଼ି ନଷ୍ଟ କରିଦେଲା । ନିଆଁର ଧୂଆଁରେ ସ୍ଥାନୀୟ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଆୟତ୍ତ କରିପାରିନଥିଲେ । ଏନେଇ ତୁରନ୍ତ ପାରାଦ୍ଵୀପ ବନ୍ଦର ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଖବର ପାଇ, ଦୁଇଟି ଅଗ୍ନିଶମ ବିଭାଗ ଟିମ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ବିଳମ୍ବିତ ରାତିରେ ନିଆଁ କିପରି ଲାଗିଲା ତାହାର କାରଣ ଅସ୍ପଷ୍ଟ ରହିଛି ।