ଭଦ୍ରକ: ବାଣ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଫଳରେ ୮ରୁ ଅଧିକ ଆହତ ୫ ଗୁରୁତର ହୋଇଛନ୍ତି । ଏପରି ଏକ ଅଭାବନୀୟ ଘଟଣା ଭଦ୍ରକ ପୁରୁଣା ବଜାର ଥାନା ହଳଦୀଢିହ ଛକ ନିକଟରେ ଘଟିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି ।
ସୂଚନା ଅନୁସାରେ, ଭଦ୍ରକ-ଚାନ୍ଦବାଲି ରାସ୍ତା ହଳଦୀଡ଼ିହରେ ଥିବା ଏକ ବାଣ ଦୋକାନରେ ବିସ୍ଫୋରଣ ହୋଇଛି । ଫଳରେ ୮ରୁ ଅଧିକ ଆହତ ୫ ଗୁରୁତର ହୋଇଛନ୍ତି । ବାଣ ବିସ୍ଫୋରଣ ସସମୟରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା । ପରେ ସ୍ଥାନୀୟ ଲୋକେ ଭୟରେ ଘରୁ ବାହାରି ଦେଖନ୍ତି ତ ବାଣ ଗୋଦାମରେ ଅଗ୍ନିକାଣ୍ଡ ହୋଇଛି ।
ଏନେଇ ସ୍ଥାନୀୟ ଲୋକେ, ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡ ପ୍ରଭାବରେ ସବୁ କିଛି ଜଳିପୋଡ଼ି ନଷ୍ଟ ହୋଇଯାଇଛି । ଆହତ ଓ ଗୁରୁତରଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଗୁରୁତରଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କ ମଧ୍ୟରେ ୪ଜଣ ମହିଳା ଥିବା ବେଳେ ଜଣେ ନାବାଳକ ରହିଛନ୍ତି ।