ଭୁବନେଶ୍ୱର: ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ନାଁରେ ନକଲି ପଦୋନ୍ନତି ବିଜ୍ଞପ୍ତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି । ଏଥିପାଇଁ ସତର୍କ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କରିଛନ୍ତି ବିଭାଗର ସ୍ୱତନ୍ତ୍ର ସଚିବ ସୂର୍ଯ୍ୟନାରାୟଣ ଦାଶ ।
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଜିପିଡିଓ ଓ ପିଏଙ୍କ ପଦୋନ୍ନତି ନେଇ ଏକ ନକଲି ବିଜ୍ଞପ୍ତି ଭାଇରାଲ ହେଉଛି । ଯାହା ବାବଦରେ ବିଭାଗ ଅବଗତ ହେବା ପରେ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କରିଛି । ନକଲି ଆଦେଶନାମାକୁ ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ଖାରଜ କରିଛି । ଏହା ଉପରେ କୌଣସି ବିଶ୍ୱାସ ନ କରିବାକୁ ଚିଠିରେ କୁହାଯାଇଛି । ଏହା ସହିତ ଏ ନେଇ ଏତଲା ଦେବା ସହିତ ସାଇବର ତଦନ୍ତ କରିବାକୁ ଗୃହ ବିଭାଗକୁ ପଞ୍ଚାୟତିରାଜ ବିଭାଗ ଅନୁରୋଧ କରିଛି ।