ଭୁବନେଶ୍ୱର: ମଧ୍ୟପ୍ରାଚ୍ୟ ସଙ୍କଟ ପାଇଁ ଭାରତରେ ତୈଳ ବଜାର ଉପରେ ପଡ଼ିଥିବା ପ୍ରଭାବରୁ ମୁକୁଳିବା ପାଇଁ ସରକାର ବିଦ୍ୟୁତ ଚାଳିତ (ଇଭି)ଯାନ ଉପରେ ଏବେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏହାରି ମଧ୍ୟରେ ସମସ୍ତ ସରକାରୀ ସ୍ତରରେ ଅଧିକରୁ ଅଧିକ ଇଭି ବ୍ୟବହାର କରିବାକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରରେ ଏକ ନୂତନ ପ୍ରୟାସ ଆରମ୍ଭ ହୋଇଛି । ଏବେ ପର୍ଯ୍ୟଟନ ସ୍ଥଳୀରେ ମଧ୍ୟ ଇଭି ଯାନ ବ୍ୟବହାର ପାଇଁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି ।
ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ଏଣିକି ଡିଜେଲ୍ ଚାଳିତ ବୋଟ୍ ବଦଳରେ ବିଦ୍ୟୁତ ଚାଳିତ ବୋଟ୍ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇ ରାଜ୍ୟ ପର୍ଯ୍ୟଟନ ବିଭାଗ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ପାଞ୍ଚଟି କୋଲାବ, ହୀରାକୁଦ, ଭିତରକନିକା ଓ ବରକୂଳ ପର୍ଯ୍ୟଟନ ସ୍ଥଳୀରେ ବୈଦ୍ୟୁତିକ ବୋଟ୍ ବ୍ୟବହାର ପାଇଁ ବିଭାଗ ପକ୍ଷରୁ ଆବଶ୍ୟକୀୟ ଟେଣ୍ଡର୍ ଆହ୍ୱାନ କରାଯାଇଛି । ଟେଣ୍ଡର୍ ପରେ ସମ୍ପୃକ୍ତ ସ୍ଥାନ ମାନଙ୍କରେ ଇଭି ବୋଟ୍ ଚଳାଚଳ କରିବ ।