ଭୁବନେଶ୍ୱର: ମୁଁ ବିଜୁ ଜନତା ଦଳରେ ଅଣନିଶ୍ୱାସୀ ହୋଇଯାଇଥିଲି । ମୋତେ ଷଡ଼ଯନ୍ତ୍ର କରି ନବୀନ ନିବାସରେ ପୂରାଇ ଦିଆଗଲା ନାହିଁ । ନବୀନ ବାବୁଙ୍କ ସହିତ ମୋତେ ଦେଖା କରିବାକୁ ଦିଆଗଲା ନାହିଁ । ନବୀନ ନିବାସକୁ କବଜା କରି ରଖାଯାଇଛି । ସେ ଭୈରବ ମୋତେ ସେଠି ପୂରାଇ ଦେବ ନାହିଁ । କିନ୍ତୁ ନବୀନ ବାବୁ ସବୁବେଳେ ମୋ ହୃଦୟରେ ରହିବେ । ଭାରତୀୟ ଜନତା ପାର୍ଟିରେ ମିଶିବା ପରେ ଗୁରୁବାର ପ୍ରଥମ ଥର ସାମ୍ବାଦିକ ସମ୍ମିଳନୀ କରି ତଥାକଥିତ ସନ୍ନ୍ୟାସୀ ଭିକେ ପାଣ୍ଡିଆନଙ୍କ ଉପରେ ଖୁବ ବର୍ଷିଛନ୍ତି ଦେବାଶିଷ ।
ମୁଁ ନିଜ ଘରକୁ ଫେରିଛି
ବିଜେଡ଼ି ଛାଡ଼ି ବିଜେପିରେ ମିଶିବା ପରେ ଆଜି ଦେବାଶିଷ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଦେବାଶିଷ ବିଜେପି ପ୍ରତି କୃତଜ୍ଞତା ଜଣାଇଥିବାବେଳେ ଭିକେ ପାଣ୍ଡିଆନଙ୍କ ଉପରେ ଆକ୍ରୋଶ ଝାଡ଼ିଛନ୍ତି । ଦେବାଶିଷ ନିଜ ଘର ଏନଡିଏକୁ ଫେରିଥିବା କହିଛନ୍ତି । ଯେତେବେଳେ ବିଜୁ ଜନତା ଦଳ ଏନଡିଏ ସହିତ ମେଣ୍ଟ କରିଥିଲା ସେତେବେଳେ ସେ ରାଜନୀତିକୁ ଆସିଥିଲି । ୨୦୦୦ ମସିହାରେ ବିଧାୟକ ହୋଇଥିଲି । ଆଉ ପୁଣି ଥରେ ଏନଡିଏକୁ ଫେରିଛି । ସେ ସମ୍ମାନ ସହ ବିଜେପିକୁ ଆସିଛନ୍ତି । ନିଶ୍ଚିତଭାବେ କିଛି ତର୍ଜମା କରି ଦଳକୁ ଅଣାଯାଇଛି ।
ନବୀନ ନିବାସକୁ କବଜା କରାଯାଇଛି
ଦେବାଶିଷ ବିଜେଡ଼ି ଛାଡ଼ିବାର ପ୍ରକୃତ କାରଣ ରାଜ୍ୟବାସୀଙ୍କ ସାମ୍ନାକୁ ଆଣିଛନ୍ତି । ସେ କହିଛନ୍ତି “ମୁଁ ଅଣନିଶ୍ୱାସୀ ହୋଇଯାଇଥିଲି” । ନବୀନ ବାବୁଙ୍କ ପ୍ରତି ଗଭୀର ଭଲ ପାଇବା ଥିବା ସତ୍ତ୍ୱେ ଷଡ଼ଯନ୍ତ୍ର କରି ଦେଖା କରାଇ ଦେଲେନି । ଏହାର କାରଣ ୱାକଫ୍ ବୋର୍ଡ ବିଲ । ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଆମକୁ ବିରୋଧୀ ଭୂମିକା ନେବାକୁ କୁହାଯାଇଥିଲା । କିନ୍ତୁ ଗୋଟିଏ ଘଣ୍ଟାରେ ସବୁ ପରିବର୍ତ୍ତନ ହୋଇଗଲା । ସସ୍ମିତ ପାତ୍ର ବିବେବାକାନୁସାରେ ଭୋଟ୍ ଦେବାକୁ କହିଥିଲେ । ଯେଉଁଥିପାଇଁ ମୁଁ ପାଣ୍ଡିଆନଙ୍କର ଘୋର୍ ବିରୋଧ କରିଥିଲି । ସେ ସନ୍ନ୍ୟାସ ନେଇଥିବାରୁ ତାଙ୍କୁ ବାହାରକୁ କରିବାକୁ ଦାବି ଉଠାଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ଆଉ କୌଣସି ବୈଠକକୁ ଡକାଯାଇନଥିଲା । ଏହା ପରେ ନବୀନ ନିବାସୀଙ୍କୁ କବଜା କରି ରଖାଯାଇଥିଲା । ନବୀନଙ୍କ ଏତେ ନିକଟତର ହୋଇ ମଧ୍ୟ ଦେବାଶିଷ ସାମନ୍ତରାୟଙ୍କୁ ଛଡ଼ା ଯାଇନଥିଲା ।
ବାହାର ଲୋକକୁ ବିଜୁ ବାବୁଙ୍କ ସମ୍ପତ୍ତି ଟେକିଦେଲେ
ସେହିପରି ଦେବାଶିଷ ବିଜୁ ବାବୁଙ୍କ ଟ୍ରଷ୍ଟରେ ପାଣ୍ଡିଆନ, ଅଶୋକ ପରିଜା ଏବଂ ସନ୍ତୃପ୍ତ ମିଶ୍ରଙ୍କ ସମ୍ପୃକ୍ତିକୁ ବିରୋଧ କରିଛନ୍ତି । ସେମାନେ ବିଜୁ ବାବୁଙ୍କ ବିଷୟରେ କିଛି ଜାଣିନଥିବାବେଳେ ସେମାନଙ୍କୁ ଟ୍ରଷ୍ଟରେ ରଖାଯାଇଛି । ବିଜୁ ବାବୁଙ୍କ ସମ୍ପତ୍ତି ଏବଂ ସ୍ମୃତିକୁ ବାହାର ରାଜ୍ୟର ଲୋକକୁ ଦିଆଗଲା । ଏହା ବିଜୁ ବାବୁ ପ୍ରତି ସମ୍ମାନ ନୁହେଁ ।
ବିଜେଡ଼ିରେ ମା ବାପା ନାହାଁନ୍ତି
ଦେବାଶିଷ କହିଛନ୍ତି ମୁଁ ଏବେବି ନବୀନଙ୍କ ହୃଦୟରେ ଅଛି । କିନ୍ତୁ ସେ ଘରେ ସ୍ଥାନ ନାହିଁ । ନବୀନ ନିବାସକୁ ମୋତେ ସେ ଭୈରବ ପୂରାଇ ଦେବ ନାହିଁ । ତେଣୁ ସେ ଭୈରବ ଅଧୀନରେ ରହି କାମ କରିବାକୁ ଇଚ୍ଛା ନାହିଁ । ବିଜୁ ଜନତା ଦଳରେ ଆଉ ମା’ ବାପା ନାହାଁନ୍ତି । ଅଭିଯୋଗ କରିବାକୁ ଗଲେ ଆଉ କେହି ଶୁଣିବାକୁ ନାହାଁନ୍ତି ବୋଲି କହିଛନ୍ତି ଦେବାଶିଷ ।