ଭୁବନେଶ୍ୱର : ତାତିରୁ ମିଳିଲା ସାମାନ୍ୟ ତ୍ରାହି। ରାଜଧାନୀରେ ହଠାତ୍ ବଦଳିଲା ପାଣିପାଗ। କାଳବୈଶାଖୀ ପ୍ରଭାବରେ ଭୁବନେଶ୍ୱରରେ ଜୋରସୋର ବର୍ଷା ପବନ। ବର୍ଷା ପବନ ଯୋଗୁଁ ଲୋକେ ଗରମରୁ ଆଶ୍ବସ୍ତି ମିଳିଛି। କେବଳ ଭୁବନେଶ୍ୱର ନୁହେଁ ବରଂ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି। ତେବେ ଆଜି ସକାଳୁ ମଧ୍ୟ କୋହଲା ପାଗ ଅନୁଭୂତ ହେଉଛି। ଫଳରେ ସମସ୍ତେ ଏହି ଥଣ୍ଡା ପାଗର ମଜା ନେଉଛନ୍ତି।
ଅନ୍ୟପଟେ, ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ପବନ ହୋଇଛି। ବଣାଇରେ କାଳବୈଶାଖୀ ତାଣ୍ଡବ କରିଛି। ୧୦୦ କିଲୋମିଟର ବେଗରେ ବହିଛି ପବନ। ବଡ଼ବଡ଼ ଗଛ ଭାଙ୍ଗି ରାସ୍ତାର ଶୋଇଛି। ବିଜୁଳି ଖୁଣ୍ଟ ମଧ୍ୟ ଉପୁଡ଼ି ପଡ଼ିଛି। ଆଜବେଷ୍ଟସ୍ ଛପର ମଧ୍ୟ ନଷ୍ଟ ହୋଇଛି। ଅନେକ ସ୍ଥାନରେ ବିଦ୍ୟୁତ କାଟ ହୋଇଛି। ତେବେ ଗୋଟିଏ ପଟେ କାଳବୈଶାଖୀ ଆତ୍ମାକୁ ଶାନ୍ତି ଦେଇଥିବା ବେଳେ ଅନ୍ୟପଟେ ଅଧିକାଂଶଙ୍କ ଘର ନଷ୍ଟ କରିଦେଇଛି ଏହି କାଳବୈଶାଖୀ।