ପାଖେଇ ଆସୁଛି ଦୀପାବଳୀ । କିଛି ଲୋକ ଅକ୍ଟୋବର ୩୧ ରୋ ଦୀପାବଳୀ ପାଳନ କରୁଥିବା ବେଳେ ଆଉ କିଛି ଲୋକ ନଭେମ୍ବର ୧ ତାରିଖରେ ଦୀପାବଳୀ ଉତ୍ସବ ପାଳନ କରୁଛନ୍ତି । ଯାହାକୁ ନେଇ ଏବେ ଦ୍ୱନ୍ଦ ଉପୁଜୁଛି । ଏହାସହ ଶ୍ରୀମନ୍ଦିରରେ ନଭେମ୍ବର ୧ ତାରିଖରେ ଦୀପାବଳୀ ଉତ୍ସବ ପାଳନ ହେବା ନେଇ ସୂଚନା ମିଳିଛି । ଏହି ଦିନ ପୟାଶ୍ରାଦ୍ଧ ମଧ୍ୟ ପଡୁଛି । ଶ୍ରୀମନ୍ଦିରରେ ଯେଉଁ ତାରିଖରେ ଦୀପାବଳି ଓ ପୟାଶ୍ରାଦ୍ଧ ପାଳନ ହେଉଛି, ତାହା ସର୍ବମାନ୍ୟ ଓ ଏହାକୁ ସମସ୍ତେ ମାନି ଦୀପାବଳି ପାଳନ କରିବା ଜରୁରୀ । ୩୧ ତାରିଖ ଅପରାହ୍ନରେ ପ୍ରଦୋଷ ସମୟ ରହୁଥିବା ବେଳେ ପ୍ରତ୍ୟୁଷ ସମୟରେ ଅମାବାସ୍ୟା ରହୁ ନଥିବାରୁ ସେହିଦିନ କେବଳ ଶ୍ୟାମାକାଳୀ ପୂଜା କରାଯିବ । ତେବେ ନଭେମ୍ବର ୧ ତାରିଖରେ ଉଭୟ ପ୍ରତ୍ୟୁଷ ଓ ପ୍ରଦୋଷ ସମୟକୁ ଅମାବାସ୍ୟା ରହୁଥିବା ଯୋଗୁ ସେହିଦିନ ପୟା ଶ୍ରାଦ୍ଧ ଓ ଦୀପାବଳି ପାଳନ କରାଯିବ ବୋଲି ପାଞ୍ଜି ସମୀକ୍ଷକ କହିଛନ୍ତି ।