ମାଲକାନଗିରି: ଆଜି ମାଲକାନଗିରିରେ ସବୁ ସ୍କୁଲ ଛୁଟି । ଅତି ପ୍ରବଳ ବର୍ଷା ପାଇଁ ଆଜି ମାଲକାନଗିରି ଜିଲ୍ଲାରେ ସବୁ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ । ଆଜି ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ସବୁ ସରକାରୀ, ବେସରକାରୀ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି ।
ଆଜି ମାଲକାନଗିରି ଜିଲ୍ଲାକୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ ୱର୍ନିଙ୍ଗ ଆଲର୍ଟ ଜାରି କରାଯାଇଛି । ଯେପରି କୌଣସି ଅଘଟଣ ନ ହେଉ ଏହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତି ନିଆଯାଇଛି । ପ୍ରବଳ ବର୍ଷାରେ ବେହାଲ ମାଲକାନଗିରି। ସହରର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି ଦେଖାଯାଇଛି । ରାସ୍ତା ଉପରେ ଦୁଇରୁ ତିନି ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହେଉଥିବାବେଳେ ଲୋକଙ୍କ ଘର ଭିତରେ ଚାରି ଫୁଟ ପାଣି ପସିଛି । ଅନେକ ସ୍ଥାନରେ ଦୋକାନରେ ମଧ୍ୟ ପାଣି ପଶିଛି । ତେବେ ପାଣି ନିଷ୍ପାସନ ପାଇଁ ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି ।