ବ୍ରଜରାଜନଗର : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ରେଳ ଷ୍ଟେସନରୁ ଜବତ ହେଲା ୨୦ ଟି ଇଂପୋର୍ଟେଡ଼ ପାର୍ସିଆନ ବିଲେଇ l ମୁମ୍ବାଇ ଶାଳୀମାର ଟ୍ରେନ ରେ ବଡ଼ ଛୋଟ ମିଶାଇ ୨୦ ଟି ପାର୍ସିଆନ ବିଲେଇ କୁ ଏକ ଦମ୍ପତି ମୁମ୍ବାଇରୁ ଆଣି କଲିକତା ସାନ୍ତରାଗାଛିକୁ ନେଇ ଯାଉଥିଲେ ବୋଲି ଆରପିଏଫ ପକ୍ଷରୁ ସୂଚନା ମିଳିଛି l
ସାନ୍ତରାଗାଛିର ଏକ ଫାର୍ମ ରେ ବିକ୍ରି କରିବାର ଉଦ୍ଦେଶ୍ୟରେ ଏହି ବିଲେଇ ମାନଙ୍କୁ ଟ୍ରେନ ଯୋଗେ ଚାଲାଣ ହେଉଥିବା ଅନୁମାନ କରାଯାଇଛି l
ସୂଚନା ଅନୁଯାୟୀ ମୁମ୍ବାଇ ସାଲିମାର ଟ୍ରେନ ଗତକାଲି ରାତି ପ୍ରାୟ ୨:୩୦ରେ ବ୍ରଜରାଜନଗର ଷ୍ଟେସନରେ ପହଁଚିବା ପରେ ଆରପିଏଫ ତରଫରୁ ବିଲେଇ ନେଇ ଯାଉଥିବା ଦମ୍ପତି ଙ୍କୁ ଅଟକ କରାଯିବା ସହ ବିଲେଇ ମାନଙ୍କୁ ଉଦ୍ଧାର କରାଯାଇଛି l ମୁମ୍ବାଇର ଆମୀନ ଶୈୟଦ ନିଜ ସ୍ତ୍ରୀ ଏବଂ ଚାରି ମାସର ଶିଶୁ ଏବଂ ଏହି ବିଲେଇ ନେଇ ଟ୍ରେନରେ ଯାଉଥିବା ଜଣାପଡିଛି l ତେବେ କାହିଁକ ଏବଂ କେଉଁ ଉଦେଶ୍ୟରେ ଆମୀନ ଶୈୟଦ ଏହି ବିଲେଇ ଗୁଡିକୁ ଟ୍ରେନରେ ନେଇ ଯାଉଥିଲେ ସେନେଇ ଆରପିଏଫ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି l