ଖୋର୍ଦ୍ଧା: ଭାରସାମ୍ୟ ହରାଇ ଓଲଟିଲା ପାଣି ପାଇପ ବୋଝେଇ ଟ୍ରକ। ଫଳରେ ଚାଲିଗଲା ଡ୍ରାଇଭରଙ୍କୁ ଜୀବନ ଏବଂ ହେଲ୍ପର ଗୁରୁତର ଭାବେ ଆହତ। ଉଭୟ ମୃତକ ଓ ଗୁରୁତର ପଶ୍ଚିମବଙ୍ଗର ଟ୍ରକ ଚାଳକ ମୁସ୍ତବାରୀ ମିଲନ ଓ ଗୁରୁତର ହେଲ୍ପର ଦେବବ୍ରତ ବାନାର୍ଜୀ ବୋଲି ଜଣାପଡିଛି। ତେବେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଚାନ୍ଦପୁର ବାଇପାସ ଗୌରଚନ୍ଦ୍ର ପୁର ନିକଟରେ ଏହି ସଡକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।
ସୂଚନା ଅନୁସାରେ, କିଛି ଦିନ ହେବ ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା। ଫଳରେ କଲିକତା ପଟୁ ଆସୁଥିବା ପାଇପ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ମାଟି ଗଦା ସହ ଧକ୍କା ହୋଇଥିଲା। ତେବେ ଦୁର୍ଘଟଣାର ମାତ୍ରା ଏତେ ତୀବ୍ର ଥିଲା ଯେ ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ହେଲ୍ପର ଗୁରୁତର ହୋଉଥିଲେ। ଏପରିକି ପାଇପ ଗୁଡିକ କ୍ୟାବିନକୁ ଧକ୍କା ଦେବାରୁ ଟ୍ରକର କ୍ୟାବିନ ଟ୍ରକରୁ ଅଲଗା ହୋଇ ଯାଇଥିଲା। ଖବରପାଇ ଟାଙ୍ଗୀ ଅଗ୍ନିଶମ ବାହିନୀ ଓ ଚାନ୍ଦପୁର ପୋଲିସ ପହଁଚି ହେଲ୍ପରଙ୍କୁ ଉଦ୍ଧାର କରିଥିଲେ। ଏହାପରେ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।